ରାଜଧାନୀ ଭୁବନେଶ୍ୱରରେ ଜଳସଙ୍କଟ । ପାଣି ପାଇଁ ଦୋକାନ ସାମ୍ନାରେ ଲମ୍ବା ଲାଇନରେ ଛିଡା ହେଲେ ରାଜଧାନୀବାସୀ

Advertisment
ପ୍ରଳୟ ରଚିଲା ‘ଫୋନି’ , କିଛି ବାଦ୍ ପଡ଼ିଲାନି । ବର୍ତ୍ତମାନ ପର୍ଯ୍ୟନ୍ତ...ବାତ୍ୟାର ୧୨ ବଡ଼ ଖବର

କନକ ବ୍ୟୁରୋ : ଫୋନି ପ୍ରଳୟ ରଚିବା ପରେ ଏବେ ରାଜଧାନୀ ଭୁବନେଶ୍ୱରରେ ଦେଖା ଦେଇଛି ଜଳସଙ୍କଟ । ଲୋକମାନେ ଯେତିକି ଜଳ ରଖିଥିଲେ ତାହା ଶେଷ ହୋଇଯିବା ପରେ ଏଭଳି ସ୍ଥିତି ଦେଖା ଦେଇଛି । ଏହାଛଡା ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଭାବେ ବ୍ୟାଘାତ ହୋଇଥିବାରୁ ଜଳଯୋଗାଣକୁ ନେଇ ସଙ୍ଗୀନ ସ୍ଥିତି ଦେଖା ଦେଇଛି ।

ଏଭଳି ସମୟରେ ପାଣି ଦୋକାନୀଙ୍କ ବେପାର ବଢିଯାଇଛି । ଯେଉଁଥିପାଇଁ ପାଣି କିଣିବାକୁ ଲୋକ ମାନଙ୍କ ମଧ୍ୟରେ ପ୍ରତିଯୋଗିତ ଆରମ୍ଭ ହୋଇଛି । ସକାଳୁ କାଁ ଭାଁ ଦୋକାନ ଖୋଲିବାରୁ ପାଣି କିଣିବା ପାଇଁ ଏତେ ଭିଡ଼ ହୋଇଥିଲା ଯେ, ଦୋକାନୀ ଲାଇନ୍‌ରେ ଆସିବାକୁ କହିଥିଲେ। ଜୟ‌ଦେବ ବିହାର, ନିକୋ ପାର୍କ ନିକଟସ୍ଥ ଅଞ୍ଚଳରେ ଲୋକେ ପାଣି କିଣିବାକୁ ଖରାରେ ଲାଇନ୍‌ରେ ଛିଡ଼ା ହୋଇଥିଲେ। ପାଣି ପାଇଁ ଲୋକ ଆଉଟୁପାଉଟୁ ହେଉଥିବ‌ାବେଳେ ଦୋକାନରୁ ପାଣି ବୋତଲ କିଣି ପିଇଥିଲେ। ଏହାର ଫାଇଦା ନେଇ କିଛି ଅଞ୍ଚଳରେ ବ୍ୟବସାୟୀମାନେ ଚଢ଼ା ଦରରେ ପାଣି ବୋତଲ ବିକୁଥିବା ଦେଖିବାକୁ ମିଳିଥିଲା। ବରମୁଣ୍ଡାର କିଛି ଅଞ୍ଚଳରେ ଏକ ଲିଟର ପାଣି ବୋତଲ ୩୫ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe