କନକ ବ୍ୟୁରୋ: ତାତି ବଢିବା ସହ ତାଳ ଦେଇ ବଢୁଛି ଜଳକଷ୍ଟ । ଗାଁରେ ଥିବା ନଳକୂଅରୁ ଗୋଳିଆ ପାଣି ବାହାରିବାରୁ ଚୁଆ ପୋଖରୀ ଲୋକଙ୍କ ଶୋଷ ମେଂଟାଉଛି । ବାଲେଶ୍ୱର ଔପଦା ବ୍ଲକ ଗୋଡିଖୁଳା ଗାଁରେ ପାଣି ସମସ୍ୟା ଉକ୍ରଟ ହୋଇଛି । ଦେବଗିରି ପାହାଡ ପାଦଦେଶରେ ଥିବା ଏହି ଗାଁରେ ୪ଟି ସାହି ରହିଥିବା ପିଇବା ପାଣି ଯୋଗାଇବା ପାଇଁ ରହିଛି ମାତ୍ର ଗୋଟିଏ ନଳକୂଅ । ଯେଉଁଥିରୁ ଗୋଳିଆ ପାଣି ବାହାରୁଛି । ଯାହା ପିଇବା ଅନୁପୋଯୋଗୀ । ତେଣୁ ଗ୍ରାମବାସୀ ଗାଁ ନିକଟରେ ଥିବା ପୋଖରୀ ଓ ଚୂଆରୁ ପାଣି ଆଣି ବ୍ୟବହାର କରୁଛନ୍ତି ।
ଗାଁର ମହିଳାମାନେ ରାତିପାହିଲେ ଗରା ମାଠିଆ ଧରି ଚୂଆକୁ ଯାଇ ପାଣି ସଂଗ୍ରହ କରିଥାନ୍ତି । ଯେଉଁ ପାଣିକୁ ବ୍ୟବହାର କରିବାରୁ ଅନେକ ପ୍ରକାରର ରୋଗ ହେଉଥିବା ଅଭିଯୋଗ ହୋଇଛି । ତେବେ ଏ ସମସ୍ୟା ଆଜି କାଲିର ନୁହେଁ । ଗୋଡିଖୁଳା ଗାଁରେ ବର୍ଷ ବର୍ଷ ଧରି ପିଇବା ପାଣିର ସମସ୍ୟା ଲାଗି ରହିଛି ।
ଏନେଇ ଜିଲ୍ଲାପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା ମାନଙ୍କୁ ମଧ୍ୟ ଅବଗତ କରାଯାଇଛି । ହେଲେ ନିର୍ବାଚନ ସମୟରେ ପିଇବା ପାଣି ସମସ୍ୟା ଦୂର ପାଇଁ ଅନେକ ପ୍ରତିଶ୍ରୁତି ମିଳେ, ହେଲେ ଭୋଟ ସରିଲେ ସମସ୍ତେ ଗ୍ରାମବାସୀଙ୍କ ସମସ୍ୟା ଭୁଲି ଯାଆନ୍ତି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/03/vlcsnap-2018-03-03-10h23m30s431.png)
/kanak/media/post_attachments/wp-content/uploads/2018/03/vlcsnap-2018-03-03-10h23m12s940-300x240.png)
/kanak/media/post_attachments/wp-content/uploads/2018/03/vlcsnap-2018-03-03-10h25m13s508-300x240.png)