କନକ ବ୍ୟୁରୋ: ଶୀତ ଦିନରେ ବି ଜଳକଷ୍ଟ । ପାଣି ପାଇଁ ତାତିଲେ ମହିଳା, ନାରା ବାଜି ସହ ହାତରେ ଖାଲି ପାଣି ହାଣ୍ଡି ଧରି ପଞ୍ଚାୟତ ଅଫିସରେ ପକାଇଲେ ତାଲା । ପାଣି ନ ମିଳିବା ଯାଏ ତାଲା ଖୋଲିବୁ ନାହିଁ ବୋଲି ଜିଦରେ ଅଟଳ ରହି ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଲେ ଶତାଧିକ ମହିଳା ।
ଏଭଳି କିଛି ଜଳକଷ୍ଟର କାହାଣୀ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଳା କୁମୁଲିପୁଟ ପଚାଂୟତରେ । କାହା ହାତରେ ମାଠିଆ ତ କାହା ହାତରେ ହାଣ୍ଡି, ରାଲି କରିବା ସହ ପ୍ରଶାସନ ବିରୋଧରେ କରୁଛନ୍ତି ନାରାବାଜି । ଗତ ୨ ମାସ ହେବ ଏହି ପଚାଂୟତର ୨ ଟି ଗାଁ କୁମୁଲିପୁଟ ଓ ରାବଣାଗୁଡ଼ାର ୪୦୦ ରୁ ଉର୍ଦ୍ଧ ପରିବାରକୁ ପାଣି ସପ୍ଳାଇ ବନ୍ଦ ପଡ଼ିଛି । ଏପରିକି ବାରମ୍ବାର ଗୁହାରି କରିବା ସତ୍ୱେ ମଧ୍ୟ କେହି ଶୁଣିଲେ ନାହିଁ, ଶେଷରେ କୌଣସି ଉପାୟ ନ ପାଇ ଉଭୟ ଗାଁର ଶତାଧିକ ମହିଳା ଓ ପୁରୁଷ ଏକତ୍ରୀତ ହୋଇ ପଚାୟତ ଅଫିସରେ ତାଲା ପକାଇବା ସହ କର୍ଯ୍ୟୋଳୟ ସାମନାରେ ହାଣ୍ଡି ମାଠିଆ ରଖି ଦେଇଛନ୍ତି ଧାରଣା ।
ଦିନ କି ଦୁଇ ଦିନ କଥା ନୁହେଁ ପ୍ରତି ମାସରେ ପାଣି ପାଇଁ ପାଇଁ ପଇସା (ନେଉଛନ୍ତି କିନ୍ତୁ ପାଣି ଦେଉ ନାହାନ୍ତି । ପାଣି ପାଇଁ ବହୁତ ହଇରାଣ ହେବାକୁ ପଡ଼ୁଛି, ପିଇବା ଠାରୁ ଆରମ୍ଭ କରି ରୋଷଇ ପର୍ଯ୍ୟନ୍ତ ସବୁ କିଛି ନିଜ ଗାଁ ଛାଡ଼ି ଦୂରରେ ଥିବା ପର ଗାଁ ଉପରେ ନିର୍ଭର କରିବାକୁ ପଡ଼ୁଛି ବୋଲି ଗାଁର ମହିଳା ମାନେ ଅଭିଯୋଗ କରିଛନ୍ତି । ଜୟପୁର ଠାରୁ ମାତ୍ର ୧୦ କିମି ଦୁରରେ ରହିଥିବା ଏହି ପଚାଂୟତ ଜାତୀୟ ରାଜପଥ ୨୬ କଡ଼ରେ ରହିଛି. ତଥାପି ସମସ୍ୟା ରେ ବୁଡ଼ି ରହିଛି, ନା ପାଣି ମିଳୁଛି ନା ଆଲୋକ ।
ସବୁଠାରୁ ବଡ଼କଥା ହେଲା, ୮ ଟି ଷ୍ଟାଣ୍ଡ ପୋଷ୍ଟ ରହିଥିବା ବେଳେ ୪ ଟି ଅଚଳ । ଆବଶ୍ୟକତା ଅନୁଶାରେ ନଳକୂପ ଖନନ ପାଇଁ ଦାବି କରିବା ସହ ଶୀଘ୍ର ପାଣି ଯୋଗାଇବା ପାଇଁ ଦାବି କରିଛନ୍ତି ଗ୍ରାମର ମହିଳା ମାନେ । ଆଉ ଖବର ପାଇ ସେଠାରେ ପହଚିଂଥିଲେ ସ୍ଥାନୀୟ ସରପଚଂ, ମଟର ଖରାପ ଥିବାରୁ ପାଣି ଯୋଗାଯାଇ ପାରୁନାହିଁ, ଅତିଶୀଘ୍ର ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି କହିଛନ୍ତି ।