ଖରା ଆରମ୍ଭରୁ ଦେଖାଦେଲାଣି ଜଳକଷ୍ଟ । ସାଲୁଙ୍କି ନଦୀରୁ ଚୁଆପାଣି ଆଣି ପିଉଛନ୍ତି ଗାଁ ଲୋକେ ।

83

କନକ ବ୍ୟୁରୋ: ସରକାର ସ୍ୱଜଳ ଧାରା ଯୋଜନାରେ ପ୍ରତି ଗାଁକୁ ପିଇବା ପାଣି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । କିନ୍ତୁ ଏହି ଯୋଜନାର ସୁଫଳ ପାଉ ନାହାନ୍ତି କନ୍ଧମାଳ ଜିଲ୍ଲା ମାସ୍କାପାକାଲି ଗାଁ ଲୋକେ । ଯଦି ସରକାରୀ ଯୋଜନାର ସେମାନଙ୍କୁ ସୁବିଧା ମିଳିପାରନ୍ତା, ତେବେ ଗ୍ରାମବାସୀ ନଦୀ ପାଠରେ ଚୁଆଁ କରି ପାଣି ସଂଗ୍ରହ କରନ୍ତେ ନାହିଁ ।

ସଂପୂର୍ଣ୍ଣ କଥା ହେଇଛି, କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ମାସ୍କାପାକାଲି ଗାଁର ଲୋକ ସଂଖ୍ୟା ହେଉଛି ୨୦୦ । ଆଉ ଏଠି ରାତି ପାହିଲେ ଆରମ୍ଭ ହୁଏ ପାଣି ପାଇଁ ସଂଘର୍ଷ । କାରଣ ଗାଁରେ ଥିବା ଗୋଟିଏ ନଳକୂଅରୁ ଗୋଳିଆ ପାଣି ବାହାରୁ ଥିବା ବେଳେ ମାତ୍ର ଅଧ ଘଂଟା ପାଇଁ ଆସୁଛି ଲାଇନ୍ ପାଣି । ଯାହାକୁ ଜଣେ ଦୁଇ ଜଣ ନେବା ପରେ ପାଣି ବନ୍ଦ ହୋଇଯାଉଛି । ତେଣୁ ଗାଁ ଠାରୁ ୧ କିଲୋମିଟର ଦୂର ସାଲୁଙ୍କି ନଦୀକୁ ଯାଇ ଚୁଆ ପାଣି ଆଣୁଛନ୍ତି ଗ୍ରାମବାସୀ ।

ମାସ୍କାପାକାଲିର ଜଳ ସମସ୍ୟା ଏବେର ନୁହେଁ । ପାଣି ପାଇଁ ବର୍ଷ ବର୍ଷ ଧରି ସଂଗ୍ରାମ ଜାରି ରହିଛି । ହେଲେ ଏମାନଙ୍କ ଦୁଃଖ ପ୍ରଶାସନ କି ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଦେଖାଯାଉନାହିଁ । ଏପଟେ ସରପଂଚ କହିଛନ୍ତି ସମସ୍ୟା ଅଛି କିନ୍ତୁ ଆଜି ଯାଏଁ ଅଭିଯୋଗ ଆସିନାହିଁ । ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ ।