ବାତ୍ୟାକୁ ବିତିଲାଣି ୭ ଦିନ । ଏବେ ବି ରାଜଧାନୀରେ ସ୍ୱଭାବିକ ହୋଇପାରିନି ବିଜୁଳି ଓ ପାନୀୟ ଜଳ ସେବା

ବାତ୍ୟା ଫୋନି ମାଡ ହେବାକୁ ୭ ଦିନ ବିତିଲାଣି

165
କନକ ବ୍ୟୁରୋ : ବାତ୍ୟା ଫୋନି ମାଡ ହେବାକୁ ୭ ଦିନ ବିତିଲାଣି । ତଥାପି ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳ ଗୁଡିକରେ ସ୍ୱାଭାବିକ ହୋଇପାରିନି ଜଳ ଯୋଗାଣ ଓ ବିଜୁଳି ବ୍ୟବସ୍ଥା । ରାଜଧାନୀର ଅନ୍ୟତମ ବଡ ବସ୍ତି ସାଲିଆ ସାହିରେ ଏବେ ପାଣି ସମସ୍ୟା ଜୋର ହୋଇଛି । ସ୍ଥିତିର ମୁକାବିଲା କରିବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଦୈନିକ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଉଛି । ହେଲେ ଏହା ଲୋକଙ୍କ ଆବଶ୍ୟକତା ମେଂଟାଇ ପାରୁନି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବାତ୍ୟାପରେ ପାଣିର ଘୋର ଅଭାବ ଦେଖାଦେଇଛି । ବିଜୁଳି ନଥିବା କାରଣରୁ ସଠିକ ଭାବରେ ପାଣି ମିଳୁନାହିଁ ।  ସରକାରଙ୍କ ପକ୍ଷରୁ ମିଳୁଥିବା ପାଣି ସମୁଦ୍ରକୁ ଶଙ୍ଖେ ବୋଲି ଲୋକ କହୁଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ମଧ୍ୟ ଦେଖାଯାଇଛି ।  ଯଦି ଏହାର ସମାଧାନ ନ କରାଯାଏ ତେବେ ରାଜରାସ୍ତାକୁ ଓହ୍ଳାଇବେ ବୋଲ ସ୍ଥାନୀୟ ଲୋକ ଚେତାବନୀ ଦେଇଛନ୍ତି ।