କନକ ବ୍ୟୁରୋ : ଜୀବନ ପାଇଁ ପାଣି ଚୋରୀ । ଏଭଳି ଘଟଣା ଦେଖିବାକୁ ମିଳଛି ବଲାଙ୍ଗୀର ଜିଲ୍ଲାରେ । ଖରା ଉତାପ ବଢ଼ିବା ସାଙ୍ଗକୁ ଲୋକଙ୍କ ଚିନ୍ତା ବଢ଼ାଉଛି ଜଳକଷ୍ଟ । ଗାଁର ନଳକୂପ ଅଚଳ ହୋଇପଡିଥିବା ବେଳେ ରଲେୱେ ପାଇପ ଲାଇନରୁ ପାଣି ଚାଲୁଛନ୍ତି ଲୋକେ ।
ବଢ଼ୁଛି ଖରା । ତା ସାଙ୍ଗକୁ ତାଳ ଦେଇ ବଢୁଛି ପାଣି ସମସ୍ୟା । ଟୋପେ ପାଣି ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ଜାମସର ଗ୍ରାମବାସୀ । ଗାଁରେ ପିଇବା ପାଣିର ବ୍ୟବସ୍ଥା ନଥିବାରୁ ଲୋକେ ପାଇପ ଲାଇନରୁ ପାଣି ଚୋରୀ କରୁଛନ୍ତି । ଗାଁ ନଳକୂଅ ଅଚଳ ହୋଇପଡିଥିବା ବେଳେ ଘର ଠାରୁ ୪ କିଲୋମିଟର ଦ୍ୱର ଯାଇ ଫଟା ପାଇପ ଲାଇନରୁ ଅତି ଦୟନୀୟ ଅବସ୍ଥାରେ ଜଳ ସଂଗ୍ରହ କରୁଛନ୍ତି ମହିଳା ।
ଜାମସର ଗାଁ ପାଖ ଦେଇ ସୁକତେଲ ନଦୀରୁ ଯାଇଛି ପାଣି ପାଇପ ଲାଇନ । ପାଇପ ଫାଟି ନଷ୍ଟ ହେଉଥିବା ପାଣିକୁ ଜୀବନ ବଞ୍ଚାଇବା ପାଇଁ ସଂଗ୍ରହ କରୁଛନ୍ତି ଗାଁ ଲୋକ । ପିଇବା ପାଣି ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କରି ନିରାସ ହେବା ପରେ, ବାଧ୍ୟ ହୋଇ ଗ୍ରାମବାସୀ, ପାଇପ ପାଣି ଚୋରୀ କରୁଛନ୍ତି । ଯଦି ସରକାର ଯଥାଶିଘ୍ର ଏଥିପ୍ରତି ନଜର ନ ଦିଅନ୍ତି ତାହେଲେ ଆଗାମୀ ଦିନରେ ପରିସ୍ଥିତି ଅତି ଶୋଚନୀୟ ହୋଇପଡିବ ବୋଲି ଆଶଙ୍କା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/1-7.jpg)