ବିଜୁଳି ପାଇଁ ବିକ୍ଷୋଭ, ପାଣି ପାଇଁ ପ୍ରତିବାଦ । ଆଜି ପୁଣି ରାଜଧାନୀରେ ରାସ୍ତାରୋକ, ଘଂଟା ଘଂଟା ଧରି ଲିଙ୍ଗରାଜ-ଜଟଣୀ ରାସ୍ତା ଅବରୋଧ

ରାଜଧାନୀରେ ବିଜୁଳି ପାଇଁ ବିକ୍ଷୋଭ, ପାଣି ପାଇଁ ପ୍ରତିବାଦ

77

କନକ ବ୍ୟୁରୋ : ରାଜଧାନୀରେ ବିଜୁଳି ପାଇଁ ବିକ୍ଷୋଭ, ପାଣି ପାଇଁ ପ୍ରତିବାଦ । ଆଜି ପୁଣି ଗଛ ପକାଇ ଟାୟାର ଜାଳି ରାସ୍ତାରୋକ କରୁଛନ୍ତି ଲିଙ୍ଗରାଜ ମନ୍ଦିର ନିକଟ ହାଟସାହିର ବାସିନ୍ଦା । ବିଜୁଳି ଦାବିରେ ଘଂଟା ଘଂଟା ଧରି ଲିଙ୍ଗରାଜ-ଜଟଣୀ ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକ । ବାତ୍ୟା ଫୋନି ଯିବାର ୮ ଦିନ ପରେ ବିଜୁଳି ସଂଯୋଗ ହୋଇପାରୁନଥିବାରୁ ତାତିଲେ ଲୋକେ । ପ୍ରଶାସନକୁ ଦେଲେ ଖୋଲା ଚେତାବନୀ । କହିଲେ ପାଣି ବିଜୁଳି ନଦେବା ଯାଏଁ ଅଚଳ ରହିବ ଗାଡି ଚଳାଚଳ ।

ତେବେ ଗତ ଶୁକ୍ରବାର ଦିନଠାରୁ ଅନେକ ସ୍ଥାନରେ ବିଜୁଳି ଓ ପାଣି ଲୋକମାନେ ପାଇପାରୁନାହାନ୍ତି । ପ୍ରବଳ ଗରମ ହେଉଥିବା କାରଣରୁ ବିନା ବିଜୁଳି ଓ ପାଣିରେ ରହିବା କଷ୍ଟ ହୋଇପଡିଛି । ପ୍ରଶାସନ ଯଥାଶୀଘ୍ର ପାଣି ଓ ବିଜୁଳି ସେବା ଯୋଗାଇ ଦିଆଯିବ ବୋଲି କହୁଥିବା ସମୟରେ ଏପର୍ଯ୍ୟନ୍ତ ମଧ୍ୟ ଅନେକ ସ୍ଥାନ ଏପରି ସୁବିଧାଠାରୁ ଦୂରରେ ରହିଛି । ଯାହାକୁ ନେଇ ଲୋକମାନଙ୍କ ମନରେ ଅସନ୍ତୋଷ ଦେଖାଯାଉଛି ।