କନକ ବ୍ୟୁରୋ: ଖରାଦିନ ଆରମ୍ଭରୁ ଦେଖାଦେଲାଣି ପାଣି ସମସ୍ୟା । ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ୪ଟି ଗ୍ରାମର ଦୁଇ ହଜାରରୁ ଅଧିକ ଲୋକ । ଗାଁରେ ଥିବା ନଳକୂପ ଅଚଳ ହୋଇ ପଡିଥିବା ବେଳେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ମିଳୁନି ପାଣି । ସମସ୍ୟା ନେଇ ବହୁବାର ଜଣାଯାଇଥିଲେ ବି କୌଣସି ସମାଧାନ ହୋଇପାରିନି ।

Advertisment

ବାଲେଶ୍ୱର ବାଲିଆପାଳର କୁଣ୍ଡୁଳି, ଶିବପୁରା, ସାନ ଶିବପୁରା ଏବଂ ବେହେରା ସାହିରେ ଦୁଇ ହଜାରରୁ ଅଧିକ ଲୋକ ବସବାସ କରନ୍ତି । ଏହି ଅଞ୍ଚଳରେ ଏବେ ପିଇବା ପାଣି ମୁଖ୍ୟ ସମସ୍ୟା ପାଲଟିଛି । ଖରାଦିନ ଆରମ୍ଭ ଏଠାରେ ଜଳକଷ୍ଟ ଆରମ୍ଭ ହୋଇଗଲାଣି । ଗାଁରେ ୬ ଟି ନଳକୂପ ରହିଥିଲେ ବି ସେଥିରୁ ୪ଟି ଅଚଳ ହୋଇ ପଡିଛି । ଯେଉଁ ଗୋଟିଏ ନଳକୂଅ ରହିଛି ସେଥିରୁ କମ୍ ପାଣି ବାହାରୁଛି । ଆଉ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍ । ଗ୍ରାମ୍ୟ ଜଳ ଯୋଗଣ ପ୍ରକଳ୍ପ ମାଧ୍ୟମରେ କିଛି ଘରକୁ ଟ୍ୟାପ ସଂଯେ୍ାଗ ହୋଇଥିଲେ ବି ଠିକ ଭାବରେ ପିଇବା ପାଣି ପହଞ୍ଚିପାରୁନି । ଯାହାଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଛି ।

ଭୂତଳ ଜଳ ସମସ୍ୟା ପାଇଁ ଠିକ ଭାବରେ ପାଣି ଯୋଗାଇ ହେଉନି । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସଂଯୋଗ ହୋଇଥିବା ପାଣି ଟ୍ୟାପ ରହିଛି । ସେଥିରୁ ଗୋଟିଏ ଦୁଇଟିକୁ ଛାଡିଦେଲେ ଅନ୍ୟ କୌଣସି ଟ୍ୟାପରୁ ପାଣି ବାହାରୁନି । ଅନେକ ଜାଗାରେ ପାଇପ ଖୋଲା ରହିଥିବା ଦେଖିବାକୁ ମିଳୁଛି । ସରକାର ଲୋକଙ୍କୁ ପିଇବା ପାଣି ଯେ୍ାଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ମାତ୍ର ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ଲୋକେ ସେଥିରୁ ବଂଚିତ ହେଉଛନ୍ତି ଲୋକେ । ତେବେ ଗାଁରେ ଖୁବଶୀଘ୍ର ପାଣି ସମସ୍ୟା ଦୂର କରାଯାଇପାରିଲେ ଲୋକେ ଉପକୃତ ହୋଇପାରିବେ ।