କନକ ବ୍ୟୁରୋ: ଟାଙ୍କି ଅଛି ହେଲେ ପାଣି ନାହିଁ । ବସୁଧା ଯୋଜନାରେ ଗାଁରେ ପାଣି ଟାଙ୍କି ନିର୍ମାଣ ହୋଇଛି ହେଲେ ପାଣି ଟୋପେ ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ଏନେଇ ପ୍ରଶାସନକୁ ବାରମ୍ବାର ଦାବି କରିବା ପରେ କୌଣସି ସୁଫଳ ମିଳୁନାହିଁ । ତେଣୁ ଗରା, ମାଠିଆ ଧରି ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ନିଆଳି କୃଷ୍ଣପ୍ରସାଦ ନୂଆସାତଙ୍ଗ ମୋଟିଙ୍ଗା ଗାଁରେ ଏଭଳି ସମସ୍ୟା ଦେଖାଦେଇଛି । ଗାଁରେ ଓଭରହେଡ୍ ଟାଙ୍କି ଅଛି ଷ୍ଟାଣ୍ଡପୋଷ୍ଟ ବସିଛି ହେଲେ ପିଇବା ପାଇଁ ବିଶୁଦ୍ଧ ପାଣିମୁନ୍ଦେ ମିଳୁନାହିଁ ।

Advertisment

କିଛି ଦିନ ତଳେ ନିର୍ମାଣ ହୋଇଥିବା ପାଣିଟାଙ୍କି ନିମ୍ନମାନର କାମ ଯୋଗୁଁ ଫାଟି ଆଁ କରିଛି । ପ୍ରକଳ୍ପ ନାଁରେ ସରକାରୀ ବାବୁ ଓ ଠିକାଦାରଙ୍କ ମଧ୍ୟରେ ମଧୂଚନ୍ଦ୍ରିକା ଯୋଗୁଁ କୋଟି କୋଟି ଟଙ୍କା ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପିଇବା ପାଣି ପାଇଁ ଗ୍ରାମବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ୭ଟି ୱାର୍ଡ଼ର ପାଖାପାଖି ୧୧ ଶହ ଲୋକେ ଏଭଳି ସମସ୍ୟା ଭୋଗୁଛନ୍ତି ।