କନକ ବ୍ୟୁରୋ: ଲଗାଣ ବର୍ଷାରେ ରାଜଧାନୀର ହାଲ ବେହାଲ ହେବା ପରେ ଉଦବେଗ ପ୍ରକାଶ କରିଛି ରାଜ୍ୟ ବିଜେପି । ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ଉପରେ ବର୍ଷିଛି ବିଜେପି । ମୁଖ୍ୟମନ୍ତ୍ରୀ କୋଣାର୍କ ଜଳାର୍ଣ୍ଣବ ନେଇ କେନ୍ଦ୍ରକୁ ଚିଠି ଲେଖିଛି କିନ୍ତୁ ଭୁବନେଶ୍ୱରବାସୀ କାହାକୁ ଚିଠି ଲେଖିବେ ବୋଲି ପ୍ରଶ୍ନ ପଚାରିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ନ୍ୟାସନାଲ ହାଇୱେରୁ ଓଡ୍ରାଫ ଟିମ୍ ଜଳ ନିଷ୍କାସନ କରିବା ଦୁର୍ଭାଗ୍ୟଜନକ । ଆଗକୁ ଯେପରି ଏହାର ପୁନରାବୃତି ନହେଉ ସେନେଇ ରାଜ୍ୟ ସରକାର ଉତରଦାୟିତ୍ୱ ନେଉ ବୋଲି କହିଛନ୍ତି ବିଜେପି ମୁଖପାତ୍ର ।

Advertisment

publive-image

ଅନ୍ୟପଟେ ଏହାର ଜବାବ ରଖିଛି ବିଜେଡି । ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ କହିଛନ୍ତି, କୋଣାର୍କ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ଏଏସଆଇ ହାତରେ ଅଛି। ବର୍ଷାରେ କୋଣାର୍କ ମନ୍ଦିରରେ ପାଣି ଜମିବା ଯୋଗୁଁ ପର୍ୟ୍ୟଟକମାନେ ଅସୁବିଧା ଭୋଗୁଛନ୍ତି ଓ ଏହା କୋଣାର୍କର ଅବକ୍ଷୟର କାରଣ ହେଉଛି। ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁରୋଧ କଲେ। କିନ୍ତୁ ବିଜେପି ଏହାକୁ ବିରୋଧ କରିବା ହୀନ ରାଜନୀତି। ଓଡ଼ିଶାବାସୀ ଏପରି ରାଜନୀତିକୁ ଗ୍ରହଣ କରିବେ ନାହିଁ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମିବା ଓ କୋଣାର୍କ ମନ୍ଦିର ପରିସରରେ ପାଣି ଜମିବା ଏକା କଥା ନୁହେଁ। ବିଜେପି କର୍ମକର୍ତ୍ତାମାନେ ଏହା ନ ବୁଝିବା ଦୁର୍ଭାଗ୍ୟଜନକ।