ରାଜାବଗିଚା ପରେ… ବାଦାମବାଡି ଛକ: ଫାଟିଲା ପାଣି ପାଇପ, ଭାସିଲା ରାସ୍ତା

135

କନକ ବ୍ୟୁରୋ: ରାଜାବଗିଚା ପରେ କଟକ ବାଦାମବାଡି ଛକରେ ପୁଣି ଫାଟିଲା ପାଣି ପାଇପ । ପାଇପ ଫାଟିବାରୁ ରାସ୍ତା ଉପରେ ଛୁଟିଲା ପାଣିର ସୁଅ । ଫଳରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ସେପଟେ ବାଦାମବାଡି କଟକର ପ୍ରମୁଖ ରାସ୍ତା ହୋଇଥିବାରୁ ରାସ୍ତାରେ ଯାତାୟାତ କରିବାକୁ ଅସୁବିଧା ହେଉଛି । ଘଟଣାସ୍ଥଳରେ ପିଡବ୍ଲୁଡି ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ଗତ କିଛିଦିନ ତଳେ ରାଜାଗବିଚା ଅଞ୍ଚଳରେ ପାଣି ପାଇପ ଫାଟି କୃତ୍ରିମ ଝରଣା ସୃଷ୍ଟି ହୋଇଥିଲା । ଏହାପରେ ସେଠାରେ ପିଡବ୍ଲୁଡି ଅଧିକାରୀ ପହଞ୍ଚି ସ୍ଥିତି ସୁଧାରି ଥିଲେ । ତେବେ ଏହି ଘଟଣାକୁ ସପ୍ତାହେ ନପୁରୁଣ ଏବେ ପୁଣି ବାଦାମବାଡିରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ।

ଏହି ଘଟଣା ପରେ ଏବେ କର୍ତ୍ତୃପକ୍ଷ ପ୍ରଶ୍ନର ପାହାଡ ଉପରେ ଛିଡା ହୋଇଛନ୍ତି । ଏବେ ପ୍ରଶ୍ନ ଉଠୁଛି, କଟକର ଏହି ସବୁ ପ୍ରମୁଖ ରାସ୍ତାରେ କାହିଁକି ଫାଟୁଛି ପାଣି ପାଇପ? ତେବେ ପାଇର ଯଦି ପୁରୁଣା ହୋଇଯାଇଛି ଏନେଇ ସିଏମସି ଏବଂ ପିଡବ୍ଲୁଡି କାହିଁକି ତଦାରଖ କରୁନାହାନ୍ତି ? ଅବଶ୍ୟ ଏକ ଦୁର୍ଘଟଣା ହୋଇନଥିଲେ ମଧ୍ୟ ସହରର ଜନଗହଳିପୂର୍ଣ୍ଣ ଦୁଇଟି ଦୁଇଟି ସ୍ଥାନରେ କିଛି ଦିନର ବିରତି ମଧ୍ୟ ଆକସ୍ମିକ ଭାବେ ଫାଟିଥିବା ପାଇପ ଯୋଗୁଁ ଯଦି ଜୀବନ ଯାଇଥାନ୍ତା, ଉତ୍ତର ଦାୟୀ କିଏ ହୋଇଥାନ୍ତା?