କନକ ବ୍ୟୁରୋ: ଚେନ୍ନାଇ ରେ ପୁଣି ଚିନ୍ତା ବଢାଇଲା ବର୍ଷା । ଲଗାଣ ବର୍ଷା ଫଳରେ ରାଜ୍ୟରେ ୩ ଜଣ ପ୍ରାଣ ହାରାଇଛନ୍ତି । ଅନାପଟେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ବନ୍ୟା ପରିସ୍ତିତି ନେଇ ରାଜ୍ୟପାଳ କୁ ଭେଟିଛନ୍ତି । ସେପଟେ ରାଜ୍ୟରେ ପ୍ରବଳ ବର୍ଷାର ପୁର୍ବାନୁମାନ କରି ସତର୍କ ସୁଚନା ଜାରି କଲା ପାଣିପାଗ ବିଭାଗ ।
Kanak News is now on WhatsApp
Join and get latest news updates delivered to you via WhatsApp
ତାମିଲନାଡ ରେ ବର୍ଷା ବିତ୍ପାତ । ରାଜ୍ୟରେ ଲଗାଣ ବର୍ଷା ପାଇଁ ଅସ୍ତବ୍ୟସ୍ତ ଜନ ଜୀବନ । ବର୍ଷା ପାଇଁ ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ରାସ୍ତା ଘାଟ ବନ୍ୟା ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି । ଲୋକଙ୍କ ଘରେ ମଧ୍ୟ ପଶିଛି ବର୍ଷା ପାଣି । ବନ୍ୟା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଏମ. କେ ଷ୍ଟାଲିନ ରାଜ୍ୟପାଳଙ୍କୁ ଭେଟିଛନ୍ତି । ଅନ୍ୟପଟେ ରାଜ୍ୟରେ ପ୍ରବଳ ବର୍ଷାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣପାଗ ବିଭାଗ ।
ତାମିଲନାଡୁରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ପରିସ୍ଥିତି ରାଜ୍ୟ ବାସୀଙ୍କ ଚିନ୍ତା ବଢାଇଛି । ଲଗାଣ ବର୍ଷା ଫଳରେ ଚେନ୍ନାଇରେ ରାସ୍ତା ଘାଟ, ଘର ଦ୍ୱାର ସବୁ ଜଳମଗ୍ନ ହୋଇଛି । ଫଳରେ ରାସ୍ତାରେ ଯାତାୟତ ସମ୍ମୁର୍ଣ୍ଣ ରୁପେ ଠପ ହୋଇ ପଡିଛି । ଅନ୍ୟପଟେ ପାଖାପାଖି ୬୦୦ ଟି ମୋଟର ପମ୍ପ ସାହାଯ୍ୟରେ ବନ୍ୟାଜଳ ନିଷ୍କାସନ ପାଇଁ ଉଦ୍ୟମ ଚଳାଇଛି ଚେନ୍ନାଇ କର୍ପୋରେସନ୍ । ଅନ୍ୟପଟେ ଏନଡିଆରଏଫ ଓ ଏସଡିଆରଏଫ ଟିମ ଉଦ୍ଦାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ଲଗାଣ ବର୍ଷା ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ତେବେ ଦେଖିବାକୁ ବାକି ରହିଲା ଏମ.କେ ଷ୍ଟାଲିନ ସରକାର ବନ୍ୟା ମୁକାବିଲା ଓ ପ୍ରଭାବିତଙ୍କ ପାଇଁ କଣ ପଦେକ୍ଷପ ନେଉଛନ୍ତି ।