ଆଫଗାନିସ୍ତାନରୁ ଆସିଲା କାବୁଲ ନଦୀର ଜଳ, ଯୋଗୀ ଆଦିତ୍ୟନାଥ କଲେ ଶ୍ରୀରାମଙ୍କ ଅଭିଷେକ

78

କନକ ବ୍ୟୁରୋ : ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଅଯୋଧ୍ୟା ପହଂଚିଥିଲେ । ସେ କହିଛନ୍ତି କି ଆଫଗାନିସ୍ତାନର ଜଣେ ଛୋଟଝିଅ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ କାବୁଲ ନଦୀର ଜଳ ପଠାଇଥିଲେ । ସେହି ଜଳରେ ପ୍ରଭୁ ଶ୍ରୀରାମଙ୍କ ଅଭିଷେକ କରିବାକୁ ସେ ଅଯୋଧ୍ୟା ଆସିଛନ୍ତି । ଯୋଗୀ କାବୁଲ ନଦୀର ଜଳ ସହ ଗଙ୍ଗାଜଳ ମିଶାଇ ଶ୍ରୀରାମଙ୍କ ଅଭିଷେକ କରିଛନ୍ତି । ଏହାସହ ୩ ତାରିଖରେ ହେବାକୁ ଥିବା ଦ୍ୱୀପୋତ୍ସବର ପ୍ରସ୍ତୁତି ଦେଖିଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ କି, ସେଠାରେ ଭୟରେ ବଞ୍ଚିଥିବା ମହିଳାମାନଙ୍କ ପାଇଁ ଏହି ଜଳ ପ୍ରଭୁ ଶ୍ରୀରାମଙ୍କୁ ଅର୍ପଣ କରି ସେମାନଙ୍କ ଶୁଖ ଓ ସମୃଦ୍ଧି କାମନା କରିଛି ।

ଚଳିତ ବର୍ଷ ଦୀପାବଳିରେ ବିଦେଶର ରାମଲୀଳାରେ ଶ୍ରୀଲଙ୍କା ଓ ନେପାଳର ରାମଲୀଳା ସାମିଲ ହେବ ବୋଲି କୁହାଯାଇଛି । ସେହିଭଳି ଜନକପୁର, ଜମ୍ମୁ-କାଶ୍ମୀର, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଆସାମ ଓ ଦିଲ୍ଲୀର ରାମଲୀଳା ବି ମଞ୍ଚସ୍ଥ ହେବ ।

ଅଯୋଧ୍ୟାରେ ଦୀପୋତ୍ସବର ଆରମ୍ଭ ନଭେମ୍ବର ୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ନଭେମ୍ବର ପହିଲାରେ ଅନୁପ ଜଲୋଟାଙ୍କ ରାମକଥା କାର୍ଯ୍ୟକ୍ରମ ଆୟୋଜିତ ହେବ । ସେହିଦିନ ଜନକପୁର ଓ ନେପାଳର ରାମଲୀଳା ମଞ୍ଚସ୍ଥ ହେବ ।