କନକ ବ୍ୟୁରୋ : ନିଜ ହଜାଇଦେଲା ଲଘୁଚାପଜନିତ ବର୍ଷା । ତିନି ଦିନର ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକରେ ଜଳବନ୍ଦୀ ସମସ୍ୟା ଦେଖା ଦେଇଛି । ଭୀଷଣ ବର୍ଷା ଯୋଗୁଁ ଜଳକାପଡିଆ, କପାସୁଡଦା ଓ ସାରକାତିଆ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଏହି ୩ ଗାଁର ପ୍ରାୟ ୨୫୦ ପରିବାର ୩ ଦିନ ହେଲା ଜଳବନ୍ଦୀ ହୋଇ ରହିଛନ୍ତି । ଜଳ ନିଷ୍କାସନ ପଥ ପରିଷ୍କାର ନଥିବାରୁ ରାସ୍ତା ଉପରେ ୪ ଫୁଟ ଉଚ୍ଚ ପାଣି ଚାଲୁଛି । ଘରେ ବର୍ଷା ପାଣି ଲହଡି ମାରୁଛି । ଚାଷ ଜମିରେ ୫ ଫୁଟ ଉଚ୍ଚର ପାଣି ଜମି ରହିଛି । ଘରେ ପାଣି ପଶିଥିବାରୁ ଚୁଲି ଜଳୁନି ।
ଲୋକେ ଶୁଖିଲା ଖାଦ୍ୟ ଖାଇ ଜୀବନ କାଟୁଛନ୍ତି । ହେଲେ ଗାଇଗୋରୁଙ୍କ ଅବସ୍ଥା ଅଧିକ ଶୋଚନୀୟ ହୋଇପଡିଛି । ନଡା ଚକଡା ସବୁ ପାଣିରେ ନଷ୍ଟ ହୋଇଯାଇଛି । ଘରେ ପାଣି ପଶିବା ପରେ ଜଳକାପଡିଆ ଓ କପାସୁଦା ଗାଁର ଲୋକେ ସ୍କୁଲରେ ଆଶ୍ରୟ ନେଇଛନ୍ତି । ସେପଟେ ସାରକତିଆ ଗାଁ ସ୍କୁଲରେ ମଧ୍ୟ ପାଣି ପଶିଥିବାରୁ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଗ୍ରାମବାସୀ । ୩ ଦିନ ହେଲା ପାଣି ଘେରରେ ବନ୍ଦୀ ହୋଇ ରହିଥିଲେ ମଧ୍ୟ ଲୋକଙ୍କ ପାଖରେ ସରକାରୀ ସାହାଯ୍ୟ ପହଞ୍ଚିପାରି ନାହିଁ । ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଲୋକେ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/IMAGE_1661227165.webp)