ଅର୍କ କ୍ଷେତ୍ରରେ ଆଣ୍ଠୁଏ ପାଣି: ଲଗାଣ ବର୍ଷାରେ କୋଣାର୍କ ମନ୍ଦିରରେ ପଶିଲା ପାଣି; ମଟର ଲଗାଇ ନିଷ୍କାସନ ଜାରି ରହିଥିଲେ ବି ଖାଲି ହେଉନି ବର୍ଷାଜଳ

ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ

332

କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ  କୋଣାର୍କ ମନ୍ଦିରରେ ପାଣି ପଶିଛି । ଚିରାଚରିତ ଢଙ୍ଗରେ ଏଏସଆଇ ମଟର ଲଗାଇ ପାଣି ନିଷ୍କାସନ କରୁଥିଲ ବି ଏହା ସମ୍ଭବ ହେଉନାହି ାଁ  ପାଣି ଜମିରହିବା ଯୋଗୁଁ ପର୍ଯ୍ୟଟକ ନିରାଶ ହୋଇ ଫେରୁଛନ୍ତି । ବର୍ଷ ବର୍ଷ ଧରି କୋଣାର୍କରେ ଏଭଳି ସ୍ଥିତି ଲାଗିରହିଥିଲେ ବି ଏ ଦିଗରେ କୌଣସି ପଦ କ୍ଷେପ ନିଆଯାଇନାହିଁ । ପାଣି ଜମିରହିବା ଯୋଗୁଁ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି । ସେପଟେ,  ଘୂର୍ଣ୍ଣିବଳୟ ପ୍ରଭାବରେ  ଅସ୍ତରଙ୍ଗ ଓ କାକଟପୁର ଅଂଚଳରେ ଦୁଇଦିନ ହେଲା ଲଗାଣ ବର୍ଷା ଲାଗିରହିଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ଗତ ୨୪ ଘଂଟା ମଧ୍ୟରେ କାକଟପୁରରେ ୮୪ ମିଲିମିଟର ଓ ଅସ୍ତରଙ୍ଗରେ ୭୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଜି ସକାଳୁ ବର୍ଷାର ପରିମାଣ ବଢିଛି । ସ୍ୱଳ୍ପ ବର୍ଷା ଯୋଗୁଁ ଚାଷୀଚିନ୍ତାରେ ଥିବାବେଳେ ବର୍ତମାର ବର୍ଷା ଚାଷ ପାଇଁ ଅନୁକୂଳ ହୋଇଛି ।

ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ବର୍ଷାକୁ ଦୃଷ୍ଟିରେ ରଖି ଆଜି ୩ଟି ଜିଲ୍ଲାରେ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।  ଗଞ୍ଜାମ , ଗଜପତି ଓ ପୁରୀ ଜିଲ୍ଲା ପ୍ରଶାସନ ସ୍କୁଲକୁ  ଛୁଟି ଘୋଷଣା କରିଛନ୍ତି । ଗତ ୨ ଦିନ ଧରି  ଏହି ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି ।  ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲିଠୁ ପ୍ରବଳ ବର୍ଷା ହେଉଛି । ଦକ୍ଷିଣ ଓଡିଶା, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ବର୍ଷା ଯୋଗୁଁ ସ୍ୱାଭାବିକ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଗତକାଲିଠାରୁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ବେହାଲ ହୋଇପଡିଛି ଟ୍ୱିନ୍ ସିଟି । ଆଜି ସକାଳ ୮ଟା ସୁଦ୍ଧା କଟକ ଓ ଭୁବନେଶ୍ୱରରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ସର୍ବାଧିକ ୧୨୬ ମିଲିମିଟର ଓ କଟକରେ ୧୦୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପାରାଦୀପରେ ୧୦୩.୬ ମିଲିମିଟର, ବାଲେଶ୍ୱରରେ ୬୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ଆଂଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି । ଆଜି ଓଡିଶା ଉପକୂଳ ଓଡିଶାର କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, କଟକ, ପୁରୀ, ଭଦ୍ରକ, ଗଂଜାମ ସହ ଢେଙ୍କାନାଳ ଓ କନ୍ଧମାଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଆସନ୍ତାକାଲି ବର୍ଷାର ପରିମାଣ କମିଯିବ, ହେଲେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ବିଶେଷ କରି ଦକ୍ଷିଣ ଓଡିଶାର ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଝାରସୁଗୁଡା ଓ ବରଗଡର କେତକ ସ୍ଥାନରେ କାଲି ପ୍ରବଳ ବର୍ଷା ହୋଇପାରେ । ଆଜି ଓ ଆସନ୍ତାକାଲି ବର୍ଷା ଲାଗିରହିବ ଓ ୪୮ ଘଂଟା ପରେ ବର୍ଷା କମିଯିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ରାଜଧାନୀ ଭୁବନେଶ୍ୱରରେ ଗତ କାଲିଠାରୁ ତୁହାକୁ ତୁହା ବର୍ଷା ହେଉଛି । ଆଜି ସକାଳୁ ଭୁବନେଶ୍ୱର ଓ ଏହାର ଉପକଣ୍ଠ ଅଂଚଳରେ ପ୍ରବଳ ବର୍ଷା ହେଉଛି । ରାସ୍ତା ଉପରେ ବର୍ଷା ପାଣି ଜମିଥିବାରୁ ଯାତାୟତ ପ୍ରଭାବିତ ହେବା ସହ ଟ୍ରାଫିକ ସମସ୍ୟା ଦେଖାଦେଇଛି । ଭୁବନେଶ୍ୱରର ଓ କଟକର ତଳିଆ ଅଂଚଳରେ ବର୍ଷା ପାଣି ପଶିଥିବାରୁ ଲୋକେ ହଇରାଣ ହେଉଛନ୍ତି । ସେପଟେ ପ୍ରବଳ ବର୍ଷା ଯୋଗୁଁ ଗଂଜାମ, ବାଲେଶ୍ୱର, ଜଗତସିୁଂହପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଜନଜୀବନକୁ ପ୍ରଭାବିତ କରିଛି ।