ଲଗାଣ ବର୍ଷାର ପ୍ରଭାବରୁ ବର୍ତ୍ତିଲାନି ଶ୍ରୀ ଲିଙ୍ଗରାଜ ମନ୍ଦିର ! ମନ୍ଦିରରୁ ଗଳୁଛି ପାଣି , ପଥର ଖସିବା ଆଶଙ୍କା

ଲଗାଣ ବର୍ଷାର ପ୍ରଭାବରୁ ବର୍ତ୍ତିଲାନି ଶ୍ରୀ ଲିଙ୍ଗରାଜ ମନ୍ଦିର ! ମନ୍ଦିରରୁ ଗଳୁଛି ପାଣି , ପଥର ଖସିବା ଆଶଙ୍କା

ଶ୍ରୀଲିଙ୍ଗରାଜ ମନ୍ଦିର ଦଧିନଉତିରେ ଫାଟ ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତତ୍ପର ହୋଇ ଉଠିଥିଲା ଭାରତୀୟ ପ୍ରତ୍ନତତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)। ଏହାର ଅନୁଧ୍ୟାନ କରିବା ପାଇଁ ଗତ ସେପ୍ଟେମ୍ବର ୨୭ ତାରିଖରେ ଡ୍ରୋନ ସହାୟତାରେ ଅନୁଧ୍ୟାନ କରାଯାଇଥିଲା। ଦଧିନଉତିରେ ଫାଟ ନଥିବା ଏଏସଆଇ ପକ୍ଷରୁ କୁହାଯାଇଥିଲା। ମାତ୍ର ଏବେ ତାହା ଭୁଲ ପ୍ରମାଣିତ ହୋଇଛି। ଗତକାଲିଠାରୁ ଲାଗି ରହିଥିବା ବର୍ଷାରେ ମନ୍ଦିରରୁ ପାଣି ଗଳୁଛି। ମନ୍ଦିରର ଭୋଗ ମଣ୍ଡପ ଓ ନାଟ ମଣ୍ଡପରୁ ପାଣି ଗଳୁଥିବା ସହ ପାର୍ବତୀ, ଭୁବନେଶ୍ବରୀ, ଜଗନ୍ନାଥ, ବିଶ୍ବକର୍ମା, ବଡ଼ ଗଣେଶ, ବୈଦନାଥ, ବୃଷବ ମନ୍ଦିର, ସିଦ୍ଧି ବିନାୟକ ମନ୍ଦିରରୁ ପାଣି ଗଳୁଛି। ଫଳରେ ମନ୍ଦିର ଦିନକୁ ଦିନ ଦୁର୍ବଳ ହେଉଛି। ଫଳରେ ପଥର ଖସିବା ଆଶଙ୍କା ଦେଖାଦେଇଛି।

publive-image

ଏନେଇ ଦେବୋତ୍ତର ବିଭାଗ ନିରୀକ୍ଷକ ନିରୋଜ ଛୋଟରାୟ କୁହନ୍ତି ଶ୍ରୀଲିଙ୍ଗରାଜ ମନ୍ଦିର ରକ୍ଷଣାବେକ୍ଷଣ ପାଇଁ ଏଏସ୍ଆଇ ଯେପରି ଦାୟିତ୍ବ ନେବା କଥା ସେପରି ନେଉନାହିଁ। ଫଳରେ ସମସ୍ୟା ବଢ଼ିବାରେ ଲାଗିଛି। ଏଏସ୍ଆଇ ଭୁବନେଶ୍ବର ସଂଗ୍ରାଧୀକ୍ଷକ ନିର୍ମଳ ମହାପାତ୍ର କୁହନ୍ତି ମନ୍ଦିର ରକ୍ଷଣାବେକ୍ଷଣ ପାଇଁ ବଜେଟ୍ ପ୍ରସ୍ତୁତ କରାଯାଇ ଦିଆଯାଇଛି। ବଜେଟ୍ ଆସିଲେ କାମ ହେବ। ଦଧିନଉତି ଓ ବିଭିନ୍ନ ଛୋଟ ମନ୍ଦିରରୁ ପାଣି ଗଳୁଥିବା ନେଇ ମରାମତି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe