ପ୍ରବଳ ବର୍ଷା ଯୋଗୁଁ ବଢୁଛି ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର, ଟପିନି ବିପଦ ସଙ୍କେତ

Advertisment
ପ୍ରବଳ ବର୍ଷା ଯୋଗୁଁ ବଢୁଛି ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର, ଟପିନି ବିପଦ ସଙ୍କେତ

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ଦେବୀ, କୁଶଭଦ୍ରା, ବ୍ରାହ୍ଣୀ, ବୈତରଣୀ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟା ଓ ଜଳକା ନଦୀର ଜଳସ୍ତର ବଢୁଛି । ହେଲେ କେଉଁଠାରେ ବି ଜଳସ୍ତର ବିପଦ ସଙ୍କେତ ଟପିନାହିଁ । ମଥାନୀଟାରେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ପାଖାପାଖି ପହଂଚିଛି । ଏଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ସକାଳ ୯ଟା ସୁଦ୍ଧା ଜଳସ୍ତର ୫.୪୯ ମିଟରରେ ପହଂଚିଛି । ଜାଣନ୍ତୁ କେଉଁ ନଦୀର ଜଳସ୍ତର କେତେ ରହିଛି ?

ନଦୀ            ସ୍ଥାନ           ବିପଦ ସଙ୍କେତ       ସକାଳ ୬        ସକାଳ ୯

ମହାନଦୀ     ନରାଜ          ୨୬.୪୧           ୨୨.୪୪        ୨୨.୪୪

ଦେବୀ         ଆଳିପିଙ୍ଗଳ    ୧୧.୭୬           ୦୩.୪୧       ୦୩.୪୪

କୁଶଭଦ୍ରା      ନିମାପଡା      ୧୦.୭୬           ୦୫.୩୮       ୦୫.୪୦

ବ୍ରାହ୍ମଣୀ        ଜେନାପୁର     ୨୩.୦୦          ୧୮.୮୯       ୧୮.୯୭

ବୈତରଣୀ    ଆନନ୍ଦପୁର     ୩୮.୩୬          ୩୪.୧୬       ୩୪.୧୮

ବୈତରଣୀ   ଆଖୁଆପଦା    ୧୭.୮୩          ୧୭.୦୨      ୧୭.୧୦

ସୁବର୍ଣ୍ଣରେଖା ଜାମଶୋଳାଘାଟ   ୪୯.୧୫      ୪୮.୧୬    ୪୮.୬୨

ସୁବର୍ଣ୍ଣରେଖା ରାଜଘାଟ        ୧୦.୩୬         ୦୫.୬୦    ୦୫.୬୨

ବଂଶଧାରା    ଗୁଣୁପୁର         ୮୪.୦୦        ୮୧.୧୪     ୮୧.୨୦

ଋଷିକୁଲ୍ୟା  ପୁରୁଷୋତ୍ତମପୁର  ୧୬.୮୩     ୧୩.୨୬    ୧୩.୨୯

ଜଳକା        ମଥାନୀ           ୦୫.୫୦     ୦୫.୪୦   ୦୫.୪୯

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe