ବର୍ଷାରେ ବେହାଲ ଚୌଦ୍ୱାର ପୌରପାଳିକା ଅଂଚଳ : ଘର ଭିତରେ ପଶିଲା ଅଣ୍ଟାଏ ଉଚ୍ଚର ପାଣି

Advertisment
ବର୍ଷାରେ ବେହାଲ ଚୌଦ୍ୱାର ପୌରପାଳିକା ଅଂଚଳ : ଘର ଭିତରେ ପଶିଲା ଅଣ୍ଟାଏ ଉଚ୍ଚର ପାଣି

କନକ ବ୍ୟୁରୋ :ଡ଼୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ଲଗାଣ ଦୁଇ ଦିନ ବର୍ଷାରେ ବେହାଲ ଚୈାଦ୍ୱାର ପୈାରପାଳିକା ଅଂଚଳର ବାସିନ୍ଦା । ବର୍ଷା ଛାଡ଼ିଯାଇଥିଲେ ମଧ୍ୟ ଏହି ଅଂଚଳ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି । ବିଶେଷ କରି ଶିବାଜୀ ନଗର, ମରହଟା ସାହି, ଦୁଇ ନମ୍ବର ୱାର୍ଡ଼ ରାଉଳ ସାହି ଅଂଚଳ ଜଳମଗ୍ନ ଅବସ୍ଥାରେ ରହିଛି । ଡ଼୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ଗାଁ ଭିତରେ ପଶିଛି ବର୍ଷା ପାଣି । ଦେଖାଦେଇଛି କୃତ୍ରିମ ବନ୍ୟା । ଲୋକଙ୍କ ଘର ଭିତରେ ପାଣି ପଶିଥିବାର ଦେଖିବାକୁ ମିଳିଛି ।

ଏପରିକି ଲୋକଙ୍କ ଘର ଆଗରେ ଥିବା ଯାନବାହାନ ବୁଡ଼ି ରହିଛି । ଜଳବନ୍ଦୀରେ ଅବସ୍ଥାରେ ରହିଛନ୍ତି ଶହ ଶହ ଲୋକ । ପୌରପାଳିକାକୁ ଲାଗି ରହିଥିବା ୫୫ ନମ୍ବର ଜାତୀୟ ରାଜପଥରେ ପ୍ରବାହିତ ହେଉଛି ବର୍ଷା ଜଳ । ଲୋକଙ୍କ ଯାତାୟତରେ ବାଧା ସୃଷ୍ଟି ହୋଇଛି । ୨ଦିନ ହେଲା ଲୋକେ ଘରୁ ବାହାରି ପାରୁନଥିବା ବେଳେ ଅତ୍ୟାବଶ୍ୟକ ଜିନିଷ ମଧ୍ୟ କିଣିପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ବିଧାୟକ ଏବଂ ପୂଜା କମିଟି ସଦସ୍ୟ ମାନେ ପହଂଚି ଲୋକଙ୍କୁ ଶୁଖିଲା ଖାଦ୍ୟ ବାଂଟିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe