ଯାଜପୁରର ୪ଟି ପଞ୍ଚାୟତର ୫ଟି ଗାଁରେ ପଶିଲା ବନ୍ୟା ପାଣି : ଆଖୁଆପଦାରେ ଏବେ ବି ବିପଦ ସଙ୍କେତ ଉପରେ ବନ୍ୟାଜଳ

112

କନକ ବ୍ୟୁରୋ : ବୈତରଣୀ ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଆଖୁଆପଦାରେ ବିପଦ ସଂକେତ ଉପରେ ରହିଛି ଜଳସ୍ତର । ଫଳରେ ଗତରାତିରେ ଯାଜପୁର ଜିଲ୍ଲା କୋରେଇ ବ୍ଲକର ରଣପୁର, ମୁକୁନ୍ଦପୁର, ବନ୍ଦାଳ, ଗୌରପୁର ଆଦି ୪ଟି ପଂଚାୟତର ୫ଟି ଗାଁରେ ବନ୍ୟାପାଣି ପ୍ରବେଶ କରିଛି ।

ଭଦ୍ରକ ଆଖୁଆପଦାରେ ବୈତରଣୀ ନୀଦର ବିପଦ ସଂକେତ ୧୭ ଦଶମିକ ୮୩ ମିଟର ରହିଥିବାବେଳେ ବର୍ତମାନ ଏଠାରେ ଜଳସ୍ତର ୧୮ ଦଶମିକ ୮୫ ମିଟର ରହିଛି । କିନ୍ତୁ ଗତକାଲି ଅପେକ୍ଷା ଜଳସ୍ତର କମୁଥିବା ଦେଖାଯାଇଛି । କେନ୍ଦୁଝରରେ ମଧ୍ୟ ସ୍ୱାଭାବିକ ହେଉଛି ବନ୍ୟା ସ୍ଥିତି । ଆନନ୍ଦପୁରରେ ବିପଦ ସଂକେତ ତଳେ ରହିଛି ଜଳସ୍ତର । ଏଠାରେ ବିପଦ ସଂକେତ ୩୮ ଦଶମିକ ୩୬ ମିଟର ରହିଥିବାବେଳେ ବର୍ତମାନ ଜଳସ୍ତର ରହିଛି ୩୬ ଦଶମିକ ୯୨ ମିଟର ।