କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ଗାଁ ମଝିରେ ଚାଲୁଛି ଅଂଟାଏ ଉଚ୍ଚର ବର୍ଷା ପାଣି । କଣାସ ଦିବ୍ୟସିଂହପୁର ପଂଚାୟତ ହଳଦୀ ପଦର ଗାଁ ନିକଟ ମଲାଗୁଣି ନଈକୁ ସଂଯୋଗ କରୁଥିବା ଓଇଖିଆ ନଦୀରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ନଦୀ କୂଳିଆ ଗାଁ ଗୁଡ଼ିରେ ବର୍ଷା ପାଣି ପଶିଯାଇଛି ।
୬ଟି ଗାଁ ଏବେ ଜଳମଗ୍ନ ଅବସ୍ଥାରେ ରହିଛି । ହଳଦୀ ପଦର, ତଇଲା, ଅଭୟପୁର, ବରଗଡ଼, ବାରମାଣ, ତୋଟପଡ଼ା ଗାଁ ଏବେ ପାଣି ଘେରରେ ରହିଛି । ଲୋଙ୍କ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଘରେ ରୋଷେଇ ଠାରୁ ଆରମ୍ଭ କରି ଦୈନନ୍ଦିନ କାମ କରିବାରେ ଲୋକେ ସମସ୍ୟା ଭୋଗୁଛନ୍ତି । ତେଣୁ ଗାଁରୁ ଜଳ ନିଷ୍କାସନ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ଗାଁ ଲୋକେ । ପାଣି ଜମି ରହିବା ଯୋଗୁଁ ଲୋକେ ଘରୁ ବାହାରି ପାରୁନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/16-18.jpg)