ପଥ୍ରଲା ଓ ଖଇରମାଳରେ କମିଲା ମହାନଦୀର ଜଳସ୍ତର: କାଲି ସକାଳ ୧୦ଟା ସୁଦ୍ଧା ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦର ବନ୍ୟାଜଳ

ଉଛୁଳୁଛି ମହାନଦୀ । ବାଙ୍କୀରେ ଘରେ ପଶିଲା ପାଣି, ଦୟାନଦୀରେ ଜଳସ୍ତର ବଢ଼ି ପୁରୀ କଣାସର ବିଭିନ୍ନ ଗାଁରେ ପଶିଲା ପାଣି: ରାଜୁଆ ନଦୀରେ ବନ୍ୟା ବି ବନ୍ୟା

କନକ ବ୍ୟୁରୋ: ପଥ୍ରଲା ଓ ଖବରମାଳ ନିକଟରେ କମିଛି ମହାନଦୀର ଜଳସ୍ତର । ଗତକାଲି ପଥ୍ରଲାରେ ୧୧ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଆଜି ଏହା  ୫ଲକ୍ଷ ୭୫ ହଜାର କ୍ୟୁସେକକୁ ଖସିଆସିଛି । ସେହିପରି ଖବରମାଳରେ ସାଢେ ୯ଲକ୍ଷ କ୍ୟୁସେକ ବନ୍ୟା ଜଳ ଆଜି ସକାଳ ୯ଟା ସୁଦ୍ଧା ୮ଳକ୍ଷ ୪୦ ହଜାର କ୍ୟୁସେକକୁ ଖସିଆସିଛି । ବାରମୂଳରେ  ୮ ଲକ୍ଷ ୭୫ ହଜାର କ୍ୟୁସେକ ଓ ମୁଣ୍ଡଳିରେ ୫ ଲକ୍ଷ ୫୯ ହଜାର କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି । ଆଜି ହୀରକୁଦରେ ଗୋଟିଏ ଗେଟ୍ ଖୋଲାଯାଇଥିବାରୁ ଆସନ୍ତାକାଲି ସକାଳ ୬ଟାରୁ ୧୦ ଟା ମଧ୍ୟରେ ମୁଣ୍ଡଳୀରେ ପହଚିଂବ ସାଢେ ୧୦ ଲକ୍ଷ କ୍ୟୁସେକ ବନ୍ୟା ଜଳ । ତେବେ ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆଶଙ୍କା ଥିବା କହିଛନ୍ତି  ଜଳ ସଂପଦ ସଚିବ ।

publive-image

ଆଜି ଖୋଲିଲା ହୀରାକୁଦ ଗେଟ୍ । ହୀରାକୁଦରୁ ମହାନଦୀକୁ ଛଡାଯାଇଛି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ବିଶେଷ ପୂଜାର୍ଚ୍ଚନା ଶେଷ ହେବା ପରେ ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀଙ୍କ ଉପସ୍ଥିତିରେ ଡ୍ୟାମର ଗେଟ୍ ଖୋଲାଯାଇଛି । ୭ ନମ୍ବର ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଗୋଟିଏ ଗେଟକୁ ୨ ରୁ ୩ ଘଂଟା ପାଇଁ ଖୋଲାଯିବ । ତେବେ ଜନସାଧାରଣ ହୀରାକୁଦର ବନ୍ୟାଜଳ ପ୍ରବାହ ଜନିତ ବନ୍ୟା ଆଶଙ୍କାରେ ଆତଙ୍କିତ ହେବାର ନାହିଁ ବୋଲି କୁହାଯାଇଛି । ଏହି ବନ୍ୟା ଜଳ ଆଜି ରାତି ୩ଟା ରୁ ଆସନ୍ତାକାଲି ସକାଳ ୧୦ଟା ସୁଦ୍ଧା ମୁଣ୍ଡଳି ଛୁଇଁବ ବୋଲି କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe