ବାଲିମେଳା ଡ୍ୟାମରେ କମୁଛି ଜଳସ୍ତର : ଶୁଖିଲା ପଡ଼ିଛି ଗୁରୁପ୍ରିୟା ସେତୁ ଅଞ୍ଚଳର ନଦୀପଠା

Advertisment
ବାଲିମେଳା ଡ୍ୟାମରେ କମୁଛି ଜଳସ୍ତର : ଶୁଖିଲା ପଡ଼ିଛି ଗୁରୁପ୍ରିୟା ସେତୁ ଅଞ୍ଚଳର ନଦୀପଠା

କନକ ବ୍ୟୁରୋ : ମାଲକାନାଗିରି ଚିତ୍ରକୋଣ୍ଡାରେ ଥିବା ବାଲିମେଳା ଡ୍ୟାମରେ କମୁଛି ଜଳସ୍ତର । ଶୁଖିଲା ପଡ଼ିଛି ଗୁରୁପ୍ରିୟା ସେତୁ ଅଞ୍ଚଳର ନଦୀପଠା । ଗତବର୍ଷ ତୁଳନାରେ ଜଳସ୍ତର କମ୍ ରହିଥିବା ଦେଖିବାକୁ ମିଳିଛି । ଗତବର୍ଷ ଜୁନ୍ ମାସରେ ୧୪୬୬ ଦଶମିକ ୩୦ ଫୁଟ୍ ଜଳସ୍ତର ରହିଥିବା ବେଳେ ଚଳିତ ବର୍ଷ ଜୁନ ମାସରେ ଜଳସ୍ତର ୧୪୪୫ ଦଶମିକ ୩୦ ଫୁଟ ରହିଛି ।

ଫଳରେ ଜଳବିଦ୍ୟୁତ୍ ଉତ୍ପାଦନରେ ବାଧା ସୃଷ୍ଟି ହେବା ନେଇ ଅଶଙ୍କା ସୃଷ୍ଟି ହୋଇଛି । ଜୁନ ମାସ ଶେଷ ହେବାକୁ ବସିଲାଣି ଯଦି ବର୍ଷାର ପରିମାଣ କମିଯାଏ ତେବେ ଜଳଅଭାବ ଦେଖାଦେଇପାରେ । ପାଣି ଅଭାବରେ ଚାଷୀ ଚାଷ କରିବାରେ ସମସ୍ୟା ସୃଷ୍ଟି ହେବ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe