କନକ ବ୍ୟୁରୋ : ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳସ୍ତର । ନଦୀର ମଥାନୀ ଠାରେ ବିପଦ ସଙ୍କେତ ୫ଦଶମିକ ୫୦ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧିପାଇ ୬ଦଶମିକ ୩୨ ମିଟରରେ ପ୍ରବାହିତ ହେଉଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯେଗୁଁ ନଦୀର ଜଳସ୍ତର ବୃଦ୍ଧି ପାଉଛି । ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଅଶଙ୍କାରେ ଭୟଭୀତ ଅଛନ୍ତି ନଦୀକୂଳିଆ ଲୋକେ ।

Kanak News is now on WhatsApp
Join and get latest news updates delivered to you via WhatsApp
ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢ଼ୁଛି ନଦୀର ଜଳସ୍ତର । ଲଘୁଚାପ ସକ୍ରିୟ ଥିବାରୁ ଆହୁରି ଦୁଇଦିନ ବର୍ଷା ହେବାର ସମ୍ଭାବନା ରହିଛି । ଯଦି ବନ୍ୟା ହୁଏ ବସ୍ତା ଏବଂ ସଦର ବ୍ଲକର ପାଖାପାଖି ୧୨ଟି ପଞ୍ଚାୟତର ଚାଷ କ୍ଷତି ହେବାର ଆଶଙ୍କା ରହିଛି । ପତ୍ରଝଡ଼ା ପଞ୍ଚାୟତ ନିକଟରେ ବାଲି ମାଫିଆ ମାନେ ସକ୍ରିୟ ଥିବାରୁ ନଦୀ କୂଳ ଖାଉଛି । ଫଳରେ ଭୟଭୀତ ଅବସ୍ଥାରେ ଅଛନ୍ତି ୫ରୁ ୬ଟି ଗାଁର ଲୋକେ ।