ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା : ଉପର ମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା

ମଥାନୀ ଠାରେ ୫ ଦଶମିକ ୬୦ ମିଟର ଜଳ ପ୍ରବାହିତ; ନଦୀବନ୍ଧ ଦୁର୍ବଳ ଥିବାରୁ ଚିନ୍ତାରେ ନଦୀ କୂଳିଆବାସୀ

138

କନକ ବ୍ୟୁରୋ : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ । ନଦୀର ମଥାନୀ ଠାରେ ବିପଦ ସଂକେତ ୫ ଦଶମିକ ୫ ମିଟର ଥିବା ବେଳେ ପ୍ରବାହିତ ହେଉଛି ୫ ଦଶମିକ ୬ ମିଟର ଜଳ । ଉପରେ ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ବନ୍ୟା ଆଶଙ୍କା ରହିଛି । ନଦୀବନ୍ଧ ଦୁର୍ବଳ ଥିବାରୁ ଚିନ୍ତାରେ ଅଛନ୍ତି ନଦୀକୂଳିଆ ଲୋକେ ।

ସୂଚନା ଅନୁଯାୟୀ ଗତ ୩ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକରେ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ନଦୀର ଉପର ମୁଣ୍ଡ ମୟୂରଭଂଜ ଜିଲ୍ଲାର ସୁଳିଆପଦା, ମୋରଡା, ତିତ୍ରଡ, ରାସଗୋବିନ୍ଦପୁର ଅଂଚଳରେ ବର୍ଷା କାରଣୁ ବଢ଼ୁଛି ନଦୀର ଜଳସ୍ତର । ବନ୍ୟା ହେଲେ ବସ୍ତା ବ୍ଲକର ୭ଟି ଏବଂ ସଦର ବ୍ଲଖର ୨ଟି ପଂଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି ।