କନକ ବ୍ୟୁରୋ : ଉବୁଟୁବୁ ହେଲାଣି ହୀରାକୁଦ ଜଳଭଣ୍ଡାର । ଚଳିତବର୍ଷ ପ୍ରଥମଥର ଲାଗି ମ୍ୟାଜିକ ନମ୍ବର ଛୁଇଁଛି ଜଳସ୍ତର । ଡ୍ୟାମର ବିପଦ ସଙ୍କେତ ୬୩୦ ଫୁଟ ଥିବାବେଳେ ଜଳସ୍ତର ସମାନ ସ୍ତରରେ ରହିଛି । ବର୍ତମାନ ହୀରକୁଦରେ ସୁବ ଗେଟ୍ ବନ୍ଦ ଅଛି । ବର୍ତମାନ ଜଳଭଣ୍ଡାରକୁ ୪୪ ହଜାର ୧୭୮ କ୍ୟୁସେକ ଜଳକ ପ୍ରବେଶ କରୁଥିବାବେଳେ ସମାନ ପରିମାଣର ଜଳ ନିଷ୍କାସିତ ହେଉଛି ।

Advertisment

ସେପେଟମ୍ବର ପହିଲା ଯାଏଁ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଡ୍ୟାମ ଭରିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ବାରମ୍ବାର ଦୁଇଟି ଲଘୁଚାପ ଯୋଗୁଁ ବର୍ଷା ହେବା ଫଳରେ ଡ୍ୟାମର ସ୍ଥିତି ବଦଳିଯାଇଛି । ଉପରମୁଣ୍ଡରେ ବର୍ଷା ହେବା ଫଳରେ ଏକାଥରକରେ ୨୬ଟି ଗେଟ୍ ଖୋଲିବାକୁ ପଡିଥିଲା । ହୀରାକୁଡ ଡ୍ୟାମର ଜଳସ୍ତର ଗତ କିଛଦିନ ହେଲା ୬୨୯ ଫୁଟ ରହିଆସୁଥିଲା । କିନ୍ତୁ ଗତକାଲି ଅପରାହ୍ନରେ ପ୍ରଥର ଥର ଲାଗି ଜଳସ୍ତର ସର୍ବୋଚ୍ଚ ସ୍ତର ଛୁଇଁଛି ।