ଦେଶର ଏକାଧିକ ଡ୍ୟାମରେ ଜଳସ୍ତର ହ୍ରାସ : କୃଷି, ବିଦ୍ୟୁତ୍ ଉତ୍ପାଦନ ହେବ ପ୍ରଭାବିତ, ଦେଶର ଅର୍ଥନୀତିକୁ ନେଇ ଚିନ୍ତାରେ ବିଶେଷଜ୍ଞ

67

କନକ ବ୍ୟୁରୋ: ଗୋଟେପଟେ ଚାରିଆଡେ ବର୍ଷା ବିତ୍ପାତ ଦେଖାଦେଇଥିବାବେଳେ ଡ୍ୟାମ ଗୁଡିକରେ ଜଳସ୍ତର ହ୍ରାସ ଏବେ ଚିନ୍ତାର କାରଣ ହୋଇଛି । ବିଭିନ୍ନ ରାଜ୍ୟର ଡ୍ୟାମ୍ ମାନଙ୍କରେ ପୂର୍ବ ବର୍ଷ ଅପେକ୍ଷା ଜଳସ୍ତର ସତର୍କ ଗତିରେ କମିଥିବାରୁ ଚଳିତ ବର୍ଷ ଜଳସେଚନ ଓ ଖାଦ୍ୟ ଉତ୍ପାଦନ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ୧୩ରୁ ଅଧିକ ରାଜ୍ୟର ଡ୍ୟାମ ମାନଙ୍କରେ ଜଳସ୍ତର ହ୍ରାସପାଇଥିବାବେଳେ ନାଗାଲ୍ୟାଣ୍ଡ ଓ ହିମାଚଳପ୍ରଦେଶ ଡ୍ୟାମମାନଙ୍କରେ ଜଳସ୍ତର ସାମାନ୍ୟ ଜଳସ୍ତର ଠାରୁ ଯଥାକ୍ରମେ ୪୬% ଓ ୩୯% । ସେହିପରି ପଂଜାବ, ଓଡିଶା, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ସାମାନ୍ୟ ଜଳସ୍ତର ଠାରୁ ୨୭ % ହ୍ରାସ ପାଇଛି ।କେନ୍ଦ୍ର ଜଳ କମିଶନର ରିପାର୍ଟ ମୁତାବକ, ଦେଶରେ ୧୩୦ ଟି ଡ୍ୟାମରେ ଜଳସ୍ତର ସାମାନ୍ୟ ସ୍ତର ଠାରୁ ଢେର ହ୍ରାସ ପାଇଛି । ଡ୍ୟାମ୍ ମାନଙ୍କରେ ହ୍ରାସ ପାଉଥିବା ଜଳସ୍ତର ଜଳସେଚନ, ବିଦ୍ୟୁତ ଉତ୍ପାଦନ, ପାନୀୟ ଜଳ ଯୋଗାଣ ପରି ବିଭିନ୍ନ କ୍ଷେତ୍ରକୁ ବ୍ୟାପକ ପ୍ରଭାବିତ କରିବ । ଖରିଫ ଫସଲ ମଧ୍ୟ କ୍ଷତିଗ୍ରସ୍ତ ହେବ । ଏହାଦ୍ୱାରା ଦେଶର ଅର୍ଥନୀତି କ୍ଷତିଗ୍ରସ୍ତ ହେବ ବୋଲି ବିଶେଷଜ୍ଞ ଚିନ୍ତା ପ୍ରକାଶ କରିଛନ୍ତି ।