ଚିନ୍ତା ବଢାଇଲା ହୀରାକୁଦ: ବର୍ଷା ଅଭାବରୁ ଡ୍ୟାମରେ କମିଲା ଜଳସ୍ତର, ବିଦ୍ୟୁତ ଉତ୍ପାଦନ ଉପରେ ପଡିବ ପ୍ରଭାବ

କମିଲା ୫୫ ପ୍ରତିଶତ ବିଦ୍ୟୁତ ଉତ୍ପାଦନ; ଦେଖାଦେବ ବିଜୁଳି ସଂକଟ

165

କନକ ବ୍ୟୁରୋ: ହାରୀକୁଦ ଡ୍ୟାମର ଉପରମୁଣ୍ଡରେ ବର୍ଷା ଅଭାବରେ ହୀରାକୁଦ ଡ୍ୟାମରେ କମିଛି ଜଳସ୍ତର । ଯାହାର ପ୍ରଭାବ ବିଦ୍ୟୁତ ଉତ୍ପାଦନରେ ପଡିବା ଆରମ୍ଭ ହେଲାଣି । ଏହାଦ୍ୱାରା ଆଗାମୀ ଦିନରେ ବିଦ୍ୟୁତ ସଙ୍କଟ । ହାରୀକୁଦ ଡ୍ୟାମର ଜଳସ୍ତର କମୁଥିବାବେଳେ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ବଡଧରଣର ବାଧା ସୃଷ୍ଟି ହୋଇଛି । ହୀରାକୁଦ ଡ୍ୟାମର ଉପର ମୁଣ୍ଡ ଛତିଶଗଡରେ ବର୍ଷାର ଲୁଚକାଳି ଖେଳ ଓଡିଶା ପାଇଁ ହୋଇଛି କାଳ । ହୀରାକୁଦ ଡ୍ୟାମର ଆଜିର ଜଳସ୍ତର ରହିଛି ୫୯୮ ଦଶମିକ ୪୧ ଫୁଟ୍ । ଯାହା ଫଳରେ ଆଗରୁ ବିଦ୍ୟୁତ ଉପ୍ତାଦନ ପାଇଁ ଓପିଡିସିଏକୁ ୧୩ ହଜାର କ୍ୟୁସେକ ଜଳ ଦିଆଯାଉଥିବାବେଳେ ବର୍ତ୍ତମାନ ଜଳ ସଙ୍କଟ ଯୋଗୁଁ ୩ ହଜାର ୨୦୦ କ୍ୟୁସେକ୍ ଜଳ ଦିଆଯାଉଛି ।

ଫଳରେ ପାୱାର ହାଉସର ଦୁଇଟି ମେସିନ ୨୧ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରୁଛିି । ପାୱାର ହାଉସରେ ମୋଟ ୭ଟି ୟୁନିଟ୍ ଥିବାବେଳେ ଏଥିରୁ ୨୭୫.୫ ମେଗାୱାଟ ବିଦ୍ୟୁତ ଉତ୍ପାଦନ କ୍ଷମତା ରହିଛି । ୭ଟି ରୁ ୨ଟି ୟୁନିଟ ସମ୍ପୂର୍ଣ୍ଣ ଠିକ ରହିଛି । ୫,୬ ଓ୧ ନମ୍ବର ୟୁନିଟ ବର୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ । ଯଦି ୧୩ ହଜାର କ୍ୟୁସେକ ଜଳ ଯୋଗାଇ ଦିଆଯାଏ , ତାହେଲେ ୨ଟି ୟୁନିଟ ୨୪ ଘଂଟା କାମ କରେ ୫୦-୫୨ ମେଗାଓାଟ ବିଦ୍ୟୁତ ଉତ୍ପାଦନ କରିପାରିବ ଗୋଟିଏ ୟୁନିଟ୍ । କିନ୍ତୁ ପାଣି ଅଭାବ ଯୋଗୁଁ ତାହା ସମ୍ଭବପର ହୋଇପାରିବ ନାହିଁ । ହୀରାକୁଦରୁ ବିିଦ୍ୟୁତ ଉତ୍ପାଦନ ପରେ ପାୱାର କେନାଲରେ ବହିଯାଉଥିବା ପାଣିରୁ ଚିପିଲିମା ପାଓାର ହାଉସରେ ଉତ୍ପାଦନ କରାଯାଇଥାଏ ବିଦ୍ୟୁତ । କିନ୍ତୁ ପାଓାର ହାଉସକୁ ବର୍ତମାନ ପାଣି କମିଥିବାରୁ ଚିପିଲିମା ପାଓାର ହାଉସ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ଚିପିଲିମାରେ ବର୍ତ୍ତମାନ ୧ଟି ୟୁନିଟ୍ ଚାଲୁଛି ।ସେଠାରୁ ୨୦.୦୮ମେଗାଓାଟ ବିଦ୍ୟୁତ ଉତ୍ପାଦନ ହେଉଛି ।