ମୁଣ୍ଡଳିରେ ପହଁଚିଲା ହୀରାକୁଦ ଡ୍ୟାମର ବନ୍ୟା ଜଳ । ନରାଜରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ପାଣି, ହୀରାକୁଦରେ କମୁଛି ଜଳପ୍ରବେଶ

242

କନକ ବ୍ୟୁରୋ : ହୀରାକୁଦ ଜଳଭଣ୍ଡାରକୁ କମୁଛି ଜଳପ୍ରବେଶ । ଭୋର୍ ୪ଟା ସମୟରେ ମିଳିଥିବା ତଥ୍ୟ ଅନୁସାରେ ଜଳଭଣ୍ଡାରକୁ ଜଳ ପ୍ରବେଶ କମ୍ ହେଉଛି । ଏହି ଧାରା ଆଗକୁ ଆହୁରି କମିବ । ଫଳରେ ଡ୍ୟାମକୁ ଜଳପ୍ରବେଶ ପରିମାଣ କମିବା ପରେ ଜଳ ଭଣ୍ଡାର ଜଳସ୍ତର କମିବା ସଂଭାବନା ସୃଷ୍ଟି ହୋଇଛି । ଫଳରେ ମୁଣ୍ଡଳିରେ ଏବେ ଆସନ୍ତାକାଲି ପୂର୍ବାହ୍ନ ଯାଏଁ ପ୍ରାୟ ୧୦ ଲକ୍ଷ କ୍ୟୁସେକ୍ ଜଳ ପ୍ରତି ସେକେଣ୍ଡରେ ପ୍ରବାହିିତ ହେବ । ଏନେଇ ସୂଚନା ଦେଇଛନ୍ତି ଏସଆରସି । ଏବେ ପ୍ରତି ସେକେଣ୍ଡରେ ହୀରାକୁଦ ଜଳଭଣ୍ଡାରକୁ ୮ ଲକ୍ଷ ୪୦ ହଜାର ୮୮୯ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ଏଥିରେ ହ୍ରାସ ହେଉଛି ।

ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୭ ଲକ୍ଷ ୪୮ ହଜାର ୯୨୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ସ୍ପିଲ ୱେରେ ୭ ଲକ୍ଷ ୪୮ ହଜାର ୯୨୬ କ୍ୟୁସେକ୍, ପାୱାର ଚ୍ୟାନେଲରେ ୧୪ ହଜାର ୯୦୪ କ୍ୟୁସେକ୍, କେନାଲରେ ୬୪୯ କ୍ୟୁସେକ, ଶିଳ୍ପ ପାଇଁ ୧୭୦ କ୍ୟୁସେକ୍ ଜଳ ଏବେ ହୀରାକୁଦରୁ ଯାଉଛି । ହୀରାକୁଦ ଡ୍ୟାମର ବାମ ପଟେ ୩୧ଟି ଓ ଡାହାଣ ପଟେ ୧୫ଟି ଗେଟ୍ ଖୋଲିଛି । ମୁଣ୍ଡଳିରେ ବର୍ତମାନ ୯ ଲକ୍ଷ ୭୯ ହଜାର ୭୧୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ବରମୁଳରେ ୮ ଲକ୍ଷ ୯୧ ହଜାର ୨୫୦ କ୍ୟୁସେକ, ଖଇରମାଳରେ ୧୦ ଲକ୍ଷ ୧୧ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।