ପ୍ଲାଷ୍ଟିକ ବୋତଲରେ ପାଣି ! ସତ ଜାଣିଲେ ଚମକିପଡିବେ । 

827

କନକ ବ୍ୟୁରୋ: ଆଜିକାଲି ପ୍ଲାଷ୍ଟିକର ବ୍ୟବହାର ଏତେ ପରିମାଣରେ ବଢିଗଲାଣି ଯେ ପ୍ଲାଷ୍ଟିକ୍ ଯେପରି ଆମ ଦୈନନ୍ଦିନ ଜୀବନର ଏକ ମୁଖ୍ୟ ଅଂଶ ପାଲଟିଗଲାଣି । ଖାଇବା ଠାରୁ ଆରମ୍ଭ କରି ପିଇବା ସବୁଥିରେ ଏହି ପ୍ଲାଷ୍ଟିକର ବ୍ୟବହାର ହେଉଛି । ହେଲେ ଆମ ଅଜାଣତରେ ଏହାର ବ୍ୟବହାର ଆମ ପାଇଁ କାଳ ହେଉଛି । ଜାଣିଛନ୍ତି ଖାଦ୍ୟ ଠାରୁ ଅଧିକ କ୍ଷତିକାରକ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇବା  । ଏହା ଶରୀର ପାଇଁ ସ୍ଲୋ ପଏଜନ୍ ବା ଧୀମା ଜହର ଭଳି କାର୍ଯ୍ୟ କରେ । ଏହା ଦ୍ୱାରା ଆମ ଶରୀରକୁ ଏପରି ରୋଗ ଗ୍ରସ୍ତ କରେ ଜାହା ହୁଏତ ଆପଣ ଜାଣିଲା ପରେ ଏହାକୁ ଆପଣଙ୍କୁ ଜୀବନରୁ ଦୂରେଇ ଦେବାକୁ ନିଷ୍ପତ୍ତି ନେବେ । ଆସନ୍ତୁ ଜାଣିବା ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇବା କେତେ କ୍ଷତିକାରକ ।

ଆଜିକାଲି ଅନେକ ରଙ୍ଗ ଓ ଷ୍ଟାଇଲର ପ୍ଳାଷ୍ଟିକ୍ ବୋତଲରେ ପାଣି ପିଇବା ଆମମାନଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି । କିନ୍ତୁ ଜାଣନ୍ତି କି ପ୍ଲାଷ୍ଟିକ୍ ବୋତଲ ଯେତେ ଦାମୀ ହେଉ ନା କାହିଁକି ଏସବୁ କେମିକାଲ୍ସ ଓ ବ୍ୟାକ୍ଟେରିଆରେ ଭରପୁର ।

• ପ୍ଲାଷ୍ଟିକ୍ ବୋତଲ ଗୁଡିକରୁ ଫ୍ଲୋରାଇଡ, ଆର୍ସେନିକ ପରି କ୍ଷତିକାରକ ରାସାୟନିକ ପଦାର୍ଥ ନିର୍ଗତ ହୁଏ, ଯାହା ମଣିଷ ଶରୀର ପାଇଁ ବିଷ ସହ ସମାନ । ତେଣୁ ପ୍ଲାଷ୍ଟିକ୍ ବୋତଲରେ ପାଣି          ପିଇବା ଅର୍ଥ ଆପଣ ଧୀମା ଜହର (ସ୍ଲୋ ପଏଜନ) ପିଉଛନ୍ତି ।

• ଆମ ଅଜାଣତରେ ପ୍ଲାଷ୍ଟିକ୍ ସାମାନ୍ୟ ଅଧିକ ତାପମାତ୍ରାରେ ମଧ୍ୟ ତରଳିବାକୁ ଲାଗେ । ଫଳରେ ଏଥିରୁ ଡାଅକ୍ସିନ୍  ଓ ପଲିଥିଲିନ୍ ଟେପେଫ୍ୟାଥାଲେଟ୍ ନାମକ ରସାୟନିକ ପଦାର୍ଥ                    ବାହାରେ, ଯାହା ସ୍ତନ କର୍କଟର ଆଶଙ୍କାକୁ ଅନେକ ମାତ୍ରାରେ ବଢାଇଦିଏ ।

• ଏହାସହ ବାଇଫିନାଏଲ ନାମକ ଏକ ରସାୟନ ନିର୍ଗତ ହୁଏ ଯାହା ମଧୁମେହ, ନପୁଂସକତା ପରି ସମସ୍ୟା ପାଇଁ ଦାୟୀ ।

• ପ୍ଲାଷ୍ଟିକରେ ଫ୍ୟାଥଲେଟ୍ସ ପରି କେମିକାଲ ମହଜୁଦ୍ ଥାଏ, ଯାହା ମଣିଷ ଶରୀରରେ ଲିଭର  କ୍ୟାନ୍ସର ପରି ଘାତକ ରୋଗର ଆଶଙ୍କାକୁ ବଢାଇଦିଏ ।

• ପ୍ଳାଷ୍ଟିକରୁ ନିର୍ଗତ ଏକାଧିକ ପ୍ରକାର ରସାୟନିକ ପଦାର୍ଥ ମନୁଷ୍ୟ ଶରୀରରେ କିଛି ଗୁରୁତ୍ୱପୂର୍ଣ୍ଣ ହରମୋନ ମାତ୍ରାକୁ ଅସନ୍ତୁଳିତ କରିବା ସହ  ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ               କରିଦିଏ ।

• ନ୍ୟୁୟର୍କ ୟୁନିଭର୍ସିଟିର ଗବେଷକ ମାନଙ୍କ ମତାନୁସାରେ, ପ୍ଳାଷ୍ଟିକର ବହୁଳ ବ୍ୟବହାର ବିଶେଷ କରି ପ୍ଲାଷ୍ଟିକରେ ପାଣି ରଖି ପିଇବା ଉଭୟ ପୁରୁଷ ଓ ମହିଳାଙ୍କ ଠାରେ ନପୁଂସକତା ପରି              ସମସ୍ୟା ସୃଷ୍ଟି କରିଥାଏ ।

• ଆହୁରି ମଧ୍ୟ ଏହାଦ୍ୱାରା ମାଇଗ୍ରେନ୍ ଓ ମେଦବହୁଳତା ପରି ସମସ୍ୟା ଦେଖାଯାଏ ବୋଲି ବିଶେଷଜ୍ଞମାନେ ସେମାନଙ୍କ ଗବେଷଣାତ୍ମକ ସନ୍ଦର୍ଭରେ ଉଲ୍ଲେଖ କରିଛନ୍ତି ।

ଏପରି ସ୍ଥିତିରେ ଧ୍ୟାନ ରଖନ୍ତୁ ପ୍ଳାଷ୍ଟିକ୍ ବୋତଲରେ ନା ପାଣି ନା ଅନ୍ୟ କୌଣସି ପାନୀୟ ପିଅନ୍ତୁ ନାହିଁ । ବରଂ କାଚ ବୋତଲରେ ରଖାଯାଇଥିବା ପାଣି କିମ୍ବା କୌଣସି ମୃଦୁ ପାନୀୟକୁ ପିଅନ୍ତୁ  ।ଘରେ ମଧ୍ୟ ପାଣି ରଖିବାକୁ ପ୍ଲାଷ୍ଟିକ ବୋତଲ ବଦଳରେ କାଚ ବୋତଲ ବ୍ୟବହାର କରନ୍ତୁ ।