ରାସ୍ତା ଉପରେ ଚାଲିଛି ପାଣିର ସ୍ରୋତ। ପାଣି ପାଇଁ ରାଜଧାନୀରେ ଲୋକେ ଡହଳବିକଳ ହେଉଥିବାବେଳେ ରାଜରାସ୍ତାରେ ଉପରେ ବହି ଚାଲିଛି ପାଣିର ବନ୍ୟା

Advertisment
ରାସ୍ତା ଉପରେ ଚାଲିଛି ପାଣିର ସ୍ରୋତ। ପାଣି ପାଇଁ ରାଜଧାନୀରେ ଲୋକେ ଡହଳବିକଳ ହେଉଥିବାବେଳେ ରାଜରାସ୍ତାରେ ଉପରେ ବହି ଚାଲିଛି ପାଣିର ବନ୍ୟା

କନକ ବ୍ୟୁରୋ: ରାସ୍ତା ଉପରେ ଚାଲିଛି ପାଣିର ସ୍ରୋତ । ବାତ୍ୟା ଫୋନି ପରେ ରାଜଧାନୀରେ ପାଣି ପାଇଁ ଲୋକେ ଡହଳବିକଳ ହେଉଥିବାବେଳେ ରାଜରାସ୍ତାରେ ଉପରେ ବହି ଚାଲିଛି ପାଣିର ବନ୍ୟା । ଭୁବନେଶ୍ୱର ଫାୟାର ଷ୍ଟେସନରୁ ସମ ହସ୍ପିଟାଲ ରାସ୍ତାରେ ଦେଖିବାକୁ ମିଳିଛି ଏହି ଚିତ୍ର । ଏକ ପାଣି ପାଇପ ଫାଟି ରାସ୍ତା ଉପରେ ପାଣି ଚାଲିଛି ।

publive-image

ଦିନେ କି ଦୁଇ ଦିନ ନୁହଁ ମାସ ମାସ ହେବ ଏଭଳି ଚିତ୍ର ଦେଖିବାକୁ ମିଳିଛି । ଫଳରେ ରାସ୍ତା ଉପରେ ଥିବା ଦୋକାନୀ ମାନେ ମଧ୍ୟ ବହୁ ଅସୁବିଧାର ସମ୍ଭୁଖୀନ ହେଉଛନ୍ତି । ଦୋକାନ ସାମନାରେ ପାଣି ଜମା ହୋଇ ରହୁଛି । ଏନେଇ ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କଲେ ବି କେହି ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe