କନକ ବ୍ୟୁରୋ: ରାସ୍ତା ଉପରେ ଚାଲିଛି ପାଣିର ସ୍ରୋତ । ବାତ୍ୟା ଫୋନି ପରେ ରାଜଧାନୀରେ ପାଣି ପାଇଁ ଲୋକେ ଡହଳବିକଳ ହେଉଥିବାବେଳେ ରାଜରାସ୍ତାରେ ଉପରେ ବହି ଚାଲିଛି ପାଣିର ବନ୍ୟା । ଭୁବନେଶ୍ୱର ଫାୟାର ଷ୍ଟେସନରୁ ସମ ହସ୍ପିଟାଲ ରାସ୍ତାରେ ଦେଖିବାକୁ ମିଳିଛି ଏହି ଚିତ୍ର । ଏକ ପାଣି ପାଇପ ଫାଟି ରାସ୍ତା ଉପରେ ପାଣି ଚାଲିଛି ।
ଦିନେ କି ଦୁଇ ଦିନ ନୁହଁ ମାସ ମାସ ହେବ ଏଭଳି ଚିତ୍ର ଦେଖିବାକୁ ମିଳିଛି । ଫଳରେ ରାସ୍ତା ଉପରେ ଥିବା ଦୋକାନୀ ମାନେ ମଧ୍ୟ ବହୁ ଅସୁବିଧାର ସମ୍ଭୁଖୀନ ହେଉଛନ୍ତି । ଦୋକାନ ସାମନାରେ ପାଣି ଜମା ହୋଇ ରହୁଛି । ଏନେଇ ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କଲେ ବି କେହି ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/Screen-Shot-2019-05-16-at-12.15.34-PM.png)
/kanak/media/post_attachments/wp-content/uploads/2019/05/Screen-Shot-2019-05-16-at-12.15.01-PM-300x224.png)