ଶଗଡରେ ବୁହାଯାଉଛି ପାଣି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ର ଗଦାଶିଳା ଗାଁରେ । ଜିଲ୍ଲାର ସମସ୍ତ ବ୍ଲକରେ ପାଣି ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ଜଳଦୂତ ସାଜିଛନ୍ତି ଗଦାଶିଳା ଗାଁର ବିଭୁ ରଥ । ପାଣି ଟୋପେ ପାଇଁ ଲୋକଙ୍କୁ ଆଉ ଚାଲିଚାଲି ଯିବାକୁ ପଡିବନି ମାଇଲ ମାଇଲ ବାଟ । ବିଭୁ ଗାଁଁର କିଛି ଲୋକଙ୍କୁ ଏକାଠି କରି କୂଅରୁ ପାଣି ଆଣି ଆଖପାଖ ୩ ହଜାର ଲୋକଙ୍କୁ ପାଣି ଯୋଗାଉଛନ୍ତି । ଆରଡବ୍ଲୁ୍ୟଏସଏସ ପକ୍ଷରୁ ଗାଁରେ କୂଅ ନିର୍ମାଣ ହୋଇଛି । କୂଅରେ ପ୍ରଚୁର ପାଣି ଅଛି । କିନ୍ତୁ ନାଁ ପମ୍ପ ହାଉସ ଅଛି ନା ପାଇପ ବିଛାଯାଇଛି । ଗତ ୩ ମାସ ହେବ ଶଗଡରେ ବିଭୁ ଗାଁ ଗାଁରେ ବୁଲି ପାଣି ଯୋଗା ଯାଉଥିଲେ ମଧ୍ୟ ବର୍ତମାନ ସୁଦ୍ଧା ପ୍ରଶାସନର ନିଦ ଭାଙ୍ଗିନି । କିଛିଦିନ ତଳେ ମୟୁରଭଂଜ ଗେଣ୍ଡାପୋଖରୀ ପଂଚାୟତ ସମିତି ସଭ୍ୟ ରବିନ୍ଦ୍ରନାଥ ଟୁଡୁ ଶଗଡରେ ପାଣି ବୋହି ଗ୍ରାମବାସୀଙ୍କୁ ବାଟୁଂଥିଲେ, ଏହି ଖବର ଆମେ କନକ ନ୍ୟୁଜ୍ରେ ଦେଖେଇଥିଲୁ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ଗାଁରେ ବି ବସାଯାଇଛି ନୂତନ ନଳକୂଅ ।ଦୁର୍ଗମ ଇଲାକାରେ ଜଳଦୂତ ସାଜିଥିଲେ ରବିନ୍ଦ୍ର । ଏ ସଂପର୍କିତ ଖବର କନକ ନୁ୍ୟଜରେ ପ୍ରସାରଣ ପରେ ଜିଲ୍ଲା ପ୍ରଶାସନର ବୁଦ୍ଧି ଉଦୟ ହୋଇଥିଲା ।
ଆଉ ଜଣେ ଜଳଦୂତ ଢେଙ୍କାନାଳର ବିଭୁ ରଥ
/kanak/media/post_attachments/wp-content/uploads/2016/04/vlcsnap-2016-04-19-13h24m03s269.png)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)