କନକ ବ୍ୟୁରୋ : ମୁଣ୍ଡଳି ଠାରେ ହ୍ରାସ ପାଉଛି ଜଳ ପ୍ରବାହ । ଗତକାଲି ୯ ଲକ୍ଷ ୧୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ଆଜି ୮ ଲକ୍ଷ ୬ ହଜାର ୧୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଖଇରିମାଳ ନିକଟରେ ୩ ଲକ୍ଷ ୯୦ ହଜାର କ୍ୟୁସେକ୍ ଓ ବରମୂଳରେ ୫ ଲକ୍ଷ ୩୪ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀ ପାଣି ଆଜି ତଳିଆ ଅଞ୍ଚଳରେ ପଶିପାରେ ।
ସ୍ଥିତି ମୁକାବିଲା ପାଇଁ ମହାନଦୀ ତଳମୁଣ୍ଡ ପାଇଁ ୮ ଜଣ ବରିଷ୍ଠ ଯନ୍ତ୍ରୀଙ୍କୁ ନିୟୋଜିତ କରିଛି ଜଳସମ୍ପଦ ବିଭାଗ । ୧୬ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ପାଇଁ ୧୦୬ଟି ଟିମକୁ ନିୟୋଜିତ କରାଯାଇଛି । ଏଥିରେ ଓଡ୍ରାଫ୍ର ୧୩, ଏନଡିଆରଏଫ୍ ୮ ଓ ଅଗ୍ନିଶମର ୮୫ ଟିମ୍ ରହିଛି । ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଉପୁଜିବାରୁ ୬ ହଜାର ୮୩୪ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ସେମାନଙ୍କୁ ଖୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ୧୩୬ଟି ସ୍ଥାନରେ ରନ୍ଧା ଖାଦ୍ୟ ପାଇଁ ବ୍ୟବସ୍ଥା ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/12-3.jpg)