କନକ ବ୍ୟୁରୋ: ହସ୍ପିଟାଲ ଆଇସିୟୁ ଛାତରୁ ଖସୁଛି ପାଣି। ଚଟାଣ ଯେପରି ଓଦା ନହେବ ସେଥପାଇଁ ପାଣି ଖସୁଥିବା ସ୍ଥାନରେ ଏକ ବାଲଟି ରଖାଯାଇଛି। ବର୍ଷ ବର୍ଷ ଧରି ଏଭଳି ପରିସ୍ଥିତି ରହିଛି ଆଇସିୟୁରେ। ସମସ୍ତେ ଦେଖୁଛନ୍ତି ହେଲେ ନଦେଖିଲା ଭଳି ରହିଛନ୍ତି। ଏ ହେଉଛି ବାରିପଦା ମେଡିକାଲ କଲେଜରେ ଥିବା ହସ୍ପିଟାଲର ସ୍ଥିତି।

Advertisment

ହସ୍ପିଟାଲ ପରିସରରେ ଥିବା ୧୮୦ ଶଯ୍ୟା ବିଶିଷ୍ଟ ମେଡ଼ିସିନ ଓ୍ୱାର୍ଡରେ ଥିବା ଆଇସିୟୁରେ ଦେଖାଯାଇଛି ଏଭଳି ଦୃଶ୍ୟ । ସେପ୍ଟେମ୍ବର ୩୦ ତାରିଖ ୨୦୨୨ ମସିହାରେ ଆନୁଷ୍ଠାନିକ ଭାବେ କାର୍ୟ୍ୟକ୍ଷମ ହୋଇଥିବା ଏହି ୧୮୦ ଶଯ୍ୟାବିଶିଷ୍ଟ ୪ ମହଲା କୋଠାଟି ୨୦ କୋଟି ୩୭ ଲକ୍ଷ୍ୟ ବ୍ୟୟ ଅଟକଳରେ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ ହୋଇଥିଲା । ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଇବା ପରେ ସେ ନିଜେ ଏହାର ତଦାରଖ କରିଥିଲେ । ତୁରନ୍ତ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।