ଅଚାନକ ମାଡିଆସିଲା ପାଣି, ବୁଡିଗଲା କାର ! ଆଉ ତା’ପରେ...

Advertisment
ଅଚାନକ ମାଡିଆସିଲା ପାଣି, ବୁଡିଗଲା କାର ! ଆଉ ତା’ପରେ...

ଗୁରୁଗ୍ରାମ ସେକ୍ଟର-୯ରେ ରହୁଥିବା ୪୩ ବର୍ଷୀୟ ଜଣେ ଯୁବକ ମୃତ୍ୟୁକୁ ଅତି ନିକଟରୁ ଦେଖି ଫେରିଥିବା କଥା କହିଛନ୍ତି। ରାଜେଶ କୁମାର ମଙ୍ଗଳବାର ସକାଳେ ଗାଡ଼ିରେ ସିଏନଜି ଭରିବା ପାଇଁ ବାହାରିଥିଲେ। ଏହି ନିଷ୍ପତ୍ତି ସେ ତାଙ୍କୁ ଏତେ ବଡ ଅସୁବିଧାରେ ପକାଇ ଦେବେ ସେ ନେଇ କୌଣସି ଅନ୍ଦାଜ ନଥିଲା। ସମୟ ବଞ୍ଚାଇବା ରାଜେଶ ସକାଳୁ ସକାଳୁ ସିଏନଜି ଭରିବା ପାଇଁ ବାହାରିଥିଲେ। ସିଏନଜି ଭରିବା ପରେ ସେ ହିରୋ ମୋଟୋକାର୍ପର ଫ୍ୟାକ୍ଟ୍ରି ପାଖରେ ଥିବା ଅଣ୍ଡରପାସରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ସବୁକିଛି ସାଧାରଣ ଲାଗିଥିଲା କିନ୍ତୁ ହଠାତ୍ ଏକ ବଡ଼ ଲହଡି ଆସି ପାଣି ତାଙ୍କ ମୁହଁ ପର୍ୟ୍ୟନ୍ତ ପହଞ୍ଚି ଯାଇଥିଲା। ସବୁଆଡେ ଜଳମଗ୍ନ ଦେଖା ଯାଇଥିଲା ସେ କ’ଣ କରିବେ କିଛି ବୁଝି ପାରି ନଥିଲେ। କିଛି ସମୟ ପାଇଁ ରାଜେଶକୁ ଲାଗିଲା ସେ ଏଥିରୁ ଆଉ ବାହାରି ପାରିବେ ନାହିଁ ତାଙ୍କର ମୃତ୍ୟୁ ହୋଇଯିବ।

ମନକୁ ଦୃଢ଼ କରି କଳେବଳେ କୌଶଳେ ପାଣିରୁ ବାହାରି ଆସିଥିଲେ ସେ। ତାଙ୍କ ପର୍ସ, ଗାଡ଼ି କାଗଜପତ୍ର ଓ ଏଟିଏମ୍ କାର୍ଡ ସବୁକିଛି ଗାଡ଼ି ଭିତରେ ରହି ଯାଇଥିଲା। ସେ ଏହି ଘଟଣାରେ ଫସିବା ପରେ ପୁଲିସକୁ ୩୦ଥର ଫୋନ୍ କରିଥିଲେ କିନ୍ତୁ କୌଣସି ଉତ୍ତର ମିଳି ନଥିଲା ବୋଲି କହିଛନ୍ତି। ପିସିଆରକୁ ଫୋନ୍ କରିବାରୁ ସମସ୍ତେ ଡିୟୁଟିରେ ଥିବା କଥା କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe