କେନ୍ଦ୍ରସରକାରଙ୍କର ଆଉ ଏକ ପଦକ୍ଷେପ : ଅଚଳ ନୋଟରେ ବିଦ୍ୟୁତ ଓ ପାଣି ବିଲ୍ ଦେଇହେବ

କେନ୍ଦ୍ରସରକାରଙ୍କର ଆଉ ଏକ ପଦକ୍ଷେପ : ଅଚଳ ନୋଟରେ ବିଦ୍ୟୁତ ଓ ପାଣି ବିଲ୍ ଦେଇହେବ

source- www.fanancial express.com

କନକ ବ୍ୟୁରୋ : ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଜି ଆଉ କେତେକ ସେବା ପାଇଁ ଅଚଳ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌କୁ ଗ୍ରହଣ କରାଯିବ ବୋଲି ଘୋଷଣା କରିଛନ୍ତି । ସେହି ସେବାଗୁଡ଼ିକ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମେତ ମ୍ୟୁନିସିପାଲିଟି ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ଲୋକଙ୍କଠାରୁ ଆଦାୟ କରୁଥିବା ବିଭିନ୍ନ ପ୍ରକାର ଫି, ଚାର୍ଜ, ଟିକସ, ଜରିମାନା ରହିଛି । ଫଳରେ ଲୋକେ ପାଣିଠାରୁ ଆରମ୍ଭ କରି ବିଦ୍ୟୁତ୍‌ ଭଳି ଉପଯୋଗୀ ସେବାର ବିଲ୍‌ ପଇଠ ସୁବିଧା ମଧ୍ୟ ରହିଛି ।

କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ  ଟ୍ଵିଟ୍‌ରେ ଆଜି ଏହି ସୂଚନା ଦେଇଛନ୍ତି । ପୂର୍ବରୁ ସରକାର ରେଳ ଏବଂ ମେଟ୍ରୋ ଟିକଟ, ରେଳରେ କ୍ୟାଟରିଂ ସେବା, ବିମାନ ଟିକଟ, ଏଲ୍‌ପିଜି ସିଲିଣ୍ଡର, ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନରେ ଔଷଧ କ୍ରୟ, ସରକାରୀ ଡାକ୍ତରଖାନା, କ୍ଷୀର ବୁଥ୍‌, ଏବଂ ପେଟ୍ରୋଲ ପମ୍ପ ଆଦିରେ ଏହି ଅଚଳ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌କୁ ୧୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଗ୍ରହଣ କରାଯିବ ବୋଲି ଘୋଷଣା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe