୩ ଶହ ପରିବାରର ଶୋଷ ମେଣ୍ଟାଉଛନ୍ତି ଢ଼େଙ୍କାନାଳର ବିଭୂ ପ୍ରସାଦ ! ଜଳକଷ୍ଟ ଦୂର କରିବା ପାଇଁ ଶଗଡ଼ରେ ବୁଲି ବୁଲି ଯୋଗାଉଛନ୍ତି ପିଇବା ପାଣି

୩ ଶହ ପରିବାରର ଶୋଷ ମେଣ୍ଟାଉଛନ୍ତି ଢ଼େଙ୍କାନାଳର ବିଭୂ ପ୍ରସାଦ ! ଜଳକଷ୍ଟ ଦୂର କରିବା ପାଇଁ ଶଗଡ଼ରେ ବୁଲି ବୁଲି ଯୋଗାଉଛନ୍ତି ପିଇବା ପାଣି

କନକ ବ୍ୟୁରୋ : ଖରା ଦିନରେ ଜଳକଷ୍ଟର ଅନେକ ଚିତ୍ର ଆପଣ ଦେଖିଥିବେ । କେତେବେଳେ ଚୁଆ ଖୋଳି ଲୋକ ପାଣି ନେଉଛନ୍ତି ତ ଆଉ କେତେବେଳେ ପାଣି ପାଇଁ ଜଳଯାତ୍ରା କରୁଛନ୍ତି । ଆଜି ଆପଣଙ୍କୁ ଏମିତି ଏକ ଘଟଣା କହିବୁ ଯାହା ଶୁଣିଲେ ଆପଣ ବି ଥରେ ଚିନ୍ତା କରିବା ପାଇଁ ବାଧ୍ୟ ହୋଇଯିିବେ ଯେ, ଆମ ବ୍ୟବସ୍ଥା କେମିତି କାମ କରୁଛି ।

publive-imageବୁଲେଟ୍ ଟ୍ରେନର ସ୍ୱପ୍ନ ଦେଖୁଥିବା ଦେଶରେ ଶଗଡ଼ରେ ଜଳ ଯୋଗାଣର ମାଧ୍ୟମ ଦେଖିଲେ, କାହାରି ମନରେ ବି ପ୍ରଶ୍ନ ଆସିବା ସ୍ୱାଭାବିକ ଯେ, ଆମେ ଆଗକୁ ବଢୁଛୁ ନା’ ପଛକୁ ଫେରୁଛୁ । ଶୋଷିଲା ଲୋକଙ୍କ ଶୋଷ ମେଂଟାଉଛି ଶଗଡ଼ ଗାଡ଼ିରେ ବୁହା ହେଉଥିବା ପାଣି । ଏଭଳି ଘଟଣା ଢ଼େଙ୍କାନାଳ ଜିଲ୍ଲା ଗଦାଶିଳା ଗାଁରେ ଦେଖିବାକୁ ମିଳିଛି । ସରକାରୀ ବ୍ୟବସ୍ଥା ଯେତେବେଳେ ବିଫଳ ହୁଏ ବୋଧେ ଇଏ ଭଳି ଚିତ୍ର ସବୁ ସାମ୍ନାକୁ ଆସେ ।

publive-imageଶଗଡ଼ ଗାଡ଼ିରେ ପାଣି ଡ୍ରମ୍ ଧରି ଘରେ ଘରେ ପହଂଚି ଯାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି-ବିଭୁ ପ୍ରସାଦ ରଥ । ଜଳ ଯୋଗାଣ ବ୍ୟବସ୍ଥା ଯେତେବେଳେ ଲୋକଙ୍କ କାମରେ ଆସିଲାନି, ପ୍ରତି ଘରକୁ ପାଣି ପହଂଚାଇବା ପାଇଁ ନିଷ୍ପତି ନେଇଥିଲେ ବିଭୁ ପ୍ରସାଦ । ଆଉ ବଡ କଥା ହେଲା, ଯିଏ ଶଗଡ଼ ଗାଡ଼ିରେ ଯାଉଥିବା ପାଣି ପାଇନପାରିଲେ, ନିଜ ଘରେ ଖୋଳିଥିବା ନଳକୁଅରୁ ପାଇପ୍ ଯୋଗେ ପାଣି ଯୋଗାଉଛନ୍ତି ବିଭୁ ।

ଗଦାଶିଳା ଗାଁରେ ଜଳ ଯୋଗାଣ ପାଇଁ କୁଅ ଖେଳା ଯାଇଛି, ପାଇପ୍ ବିଛାଇବା ସହ ଗାଁ ସାରା ଷ୍ଟାଣ୍ଡ ପୋଷ୍ଟ ବି ବସିଛି । ହେଲେ ଜଳ ଯୋଗାଣ ହୋଇପାରୁନି । ଯାହା ଫଳରେ ଗାଁର ୩ଶହ ପରିବାର ପିଈବା ପାଣି ପାଇଁ ଖରା ଦିନେ ଡହଳ ବିକଳ ହେଉଛନ୍ତି ।ହେଲେ ଜନପ୍ରତିନିଧି ନିଜ ଦୋଷକୁ ଘୋଡାଇବାକୁ ଯାଇ ସବୁ ଦୋଷ ଲୋକଙ୍କ ମୁଣ୍ଡରେ ଲଦି ଦେଇ ଖସିଯିବାକୁ ପଛାଉ ନାହାଁନ୍ତି ।ସ୍ୱାଧିନତା ପୂର୍ବରୁ ଦେଶରେ ଯେଉଁ ସ୍ଥିତି ଥିଲା ଉଣା ଅଧିକେ ସେହି ସମାନ ପରିସ୍ଥିତି ଭିତରେ ଏବେ ଗତି କରୁଛନ୍ତି ଢ଼େଙ୍କାନାଳ ଜିଲ୍ଲାର ଗଦାଶିଳା ଗାଁର ଲୋକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe