ବାସନ୍ଦ ନାଁରେ ଆଠଗଡ ଧାଇପୁରରେ ନିର୍ଯାତନା ଅଭିଯୋଗ। ସରକାରୀ ଯାଗାରେ ଯିବାଆସିବା ନେଇ ପରିବାରକୁ ନିଆଁ ପାଣି ବନ୍ଦ। 

ବାସନ୍ଦ ନାଁରେ ଆଠଗଡ ଧାଇପୁରରେ ନିର୍ଯାତନା ଅଭିଯୋଗ। ସରକାରୀ ଯାଗାରେ ଯିବାଆସିବା ନେଇ ପରିବାରକୁ ନିଆଁ ପାଣି ବନ୍ଦ। 

କନକ ବ୍ୟୁରୋ:  ସରକାରୀ ଜାଗାରେ ଯିବା ଆସିବା କରିବାକୁ ପରିବାକୁ ବାସନ୍ଦ । ଗାଁର ଲୋକେ ଏକ ପରିବାକୁ ବାସନ୍ଦ କରିବା ସହ ସେମାନଙ୍କୁ ନିଆଁ ପାଣି ବନ୍ଦ କରିଦେଇଛନ୍ତି । ଆଠଗଡ ଧାଇପୁରରେ ଏହି ଚିତ୍ର ଦେଖିବାକୁ ମିଳିଛି । ଯୁଗ ବଦଳୁଥିଲେ ବି ଲୋକଙ୍କ ମାନସିକତାରେ ଆସିପାରୁନି ପରିବର୍ତନ । କେବଳ ବିରୋଧ ଓ ଯିବାଆସିବା ଏକ ସମାନ୍ୟା କଥାରୁ ନେଇ ଗାଁଲୋକେ ଏକ ପରିବାରକୁ ଦେଇଛନ୍ତି ମାନସିକସ୍ତରରେ ନିର୍ଯାତନା । ପରିବାର ଲୋକେ ମଧ୍ୟ ଏନେଇ ଥାନାରେ ବାରମ୍ବାର ଜଣାଇ ଚାଲିଛନ୍ତି । ହେଲେ ସେମାନଙ୍କ ଦୁଃଖ ଶୁଣିବାକୁ ଯେମିତି କେହି ନାହିଁ ।

ପରିବାର ଲୋକଙ୍କୁ ଏକ ଘରିଆ କରିବା ସହିତ ଡେଙ୍ଗୁରା ବଜାର ବଜାଇ ସେମାନଙ୍କୁ ଅଲଗା କରିଛନ୍ତି । ଖାଲି ସେତିକି ନୁହେଁ ଏହି ଭିଡ଼ିଓ ସବୁ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ କରାଯାଇଛି । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଘଟଣାକୁ ଦୃଢ ନିନ୍ଦା କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe