କନକ ବ୍ୟୁରୋ: ସରକାରୀ ଜାଗାରେ ଯିବା ଆସିବା କରିବାକୁ ପରିବାକୁ ବାସନ୍ଦ । ଗାଁର ଲୋକେ ଏକ ପରିବାକୁ ବାସନ୍ଦ କରିବା ସହ ସେମାନଙ୍କୁ ନିଆଁ ପାଣି ବନ୍ଦ କରିଦେଇଛନ୍ତି । ଆଠଗଡ ଧାଇପୁରରେ ଏହି ଚିତ୍ର ଦେଖିବାକୁ ମିଳିଛି । ଯୁଗ ବଦଳୁଥିଲେ ବି ଲୋକଙ୍କ ମାନସିକତାରେ ଆସିପାରୁନି ପରିବର୍ତନ । କେବଳ ବିରୋଧ ଓ ଯିବାଆସିବା ଏକ ସମାନ୍ୟା କଥାରୁ ନେଇ ଗାଁଲୋକେ ଏକ ପରିବାରକୁ ଦେଇଛନ୍ତି ମାନସିକସ୍ତରରେ ନିର୍ଯାତନା । ପରିବାର ଲୋକେ ମଧ୍ୟ ଏନେଇ ଥାନାରେ ବାରମ୍ବାର ଜଣାଇ ଚାଲିଛନ୍ତି । ହେଲେ ସେମାନଙ୍କ ଦୁଃଖ ଶୁଣିବାକୁ ଯେମିତି କେହି ନାହିଁ ।
ପରିବାର ଲୋକଙ୍କୁ ଏକ ଘରିଆ କରିବା ସହିତ ଡେଙ୍ଗୁରା ବଜାର ବଜାଇ ସେମାନଙ୍କୁ ଅଲଗା କରିଛନ୍ତି । ଖାଲି ସେତିକି ନୁହେଁ ଏହି ଭିଡ଼ିଓ ସବୁ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ କରାଯାଇଛି । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଘଟଣାକୁ ଦୃଢ ନିନ୍ଦା କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/6PM-1-3.jpg)