ଅନୁଗୁଳରେ ପାଣି ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଜନତା : ପାଣି ପାଇଁ ନାଲକୋ-ତାଳଚେର ରାସ୍ତା ଅବରୋଧ

102

କନକ ବ୍ୟୁରୋ : ପାଣି ପାଇଁ ରାସ୍ତାରୋକ୍ । ନାଲକୋ-ତାଳଚେର ରାସ୍ତାରେ ଗରା ମାଠିଆ ରଖି ପୁରା ରାସ୍ତାକୁ ଅବରୋଧ କରିଛନ୍ତି ମହିଳା । ଖରା ଦିନେ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେବା ପରେ ଶେଷରେ ଏପରି ରାସ୍ତା ଅବରୋଧକୁ ଓହ୍ଲାଇଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ବଳରାମପ୍ରସାଦର ଶୀତିରାସାହି ଗ୍ରାମବାସୀ ।

ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ମୋଟର ଚଳାଚଳ ଠପ୍ ହୋଇଛି । ଦୀର୍ଘ ୪୦ ବର୍ଷରୁ ଅଧିକ ହେବ ଏଠାରେ ପ୍ରାୟ ୫୦ଟି ପରିବାର ବସବାସ କରୁଛନ୍ତି । କିଛି ଦିନ ହେବ ଗାଁରେ ଥିବା ନଳକୂପଟି ଅଚଳ ହେବା ପରେ ବି ଏହାକୁ ମରାମତି କରାଯାଉନି । ଫଳରେ ଲୋକେ ବାଧ୍ୟ ହୋଇ ପୋଖରୀ ପାଣି ବ୍ୟବହାର କରୁଛନ୍ତି । ଗତ ୧୫ ଦିନ ଧରି ଗାଁ ଲୋକେ ପାଣି ସମସ୍ୟାରେ ଘାଂଟି ହେଉଥିବା ଅଭିଯୋଗ କରିଛନ୍ତି ।