ପାଣି ପାଇଁ ମାରପିଟ୍ ! ପ୍ରତି ଘରକୁ ପାଇପ୍ ଲାଇନ୍ ସଂଯୋଗ ଥିଲେ ବି ସୁଧୁରୁନି ସମସ୍ୟା, ହନ୍ତସନ୍ତ ହେଉଛନ୍ତି ଲୋକେ ।  

ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି ।

82

ଝାରଖଣ୍ଡର ରାଜଧାନୀ ରାଞ୍ଚିରେ  ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଭିଷଣ ଖରା କାରଣରୁ ଜଳସ୍ଥର ତଳକୁ ଖସିଯାଇଛି । ଯାହାକୁ ନେଇ ଜଳ ସମସ୍ୟା ଦେଖାଦେଇଛି । ପାଣି ସମସ୍ୟାକୁ ଦୁର କରିବା ପାଇଁ ପାଇପ ଲାଇନର ବ୍ୟବସ୍ଥା କରାଯାଇଥିଲା । ପ୍ରତିଟି ଘରକୁ ପାଇପ ଲାଇନ୍ ମାଧ୍ୟମରେ ପାନିୟ ଜଳ ପହଞ୍ଚାଇବାର ବ୍ୟବସ୍ଥା କରାଗଲା କିନ୍ତୁ କୌଣସି ସୁଫଳ ମିଳିପାରିଲା ନାହିଁ ।

ଭୀଷଣ ଖରାରେ ସିଝୁଛି ସାରା ଭାରତ । ଅସହନୀୟ ଖରା କାରଣରୁ ହନ୍ତସନ୍ତ ହେଉଛି ଜନଜୀବନ । ବୁନ୍ଦାଏ ପିଇବା ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ରାଞ୍ଚିରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ପରିସ୍ଥିତି ଏପରି ହୋଇଯାଇଛି କି ରାଞ୍ଚିରେ ପାନିୟ ଜଳ ମିଳିବା ସମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ନଗରନିଗମ ପକ୍ଷରୁ ଅଞ୍ଚଳବାସୀଙ୍କ ପାଇଁ ପିଇବା ଜଳର ବନ୍ଦୋବସ୍ତ କରାଯାଇଛି । କିନ୍ତୁ ଏହି ପାଣି ପାଇଁ ଲୋକଙ୍କ ମଧ୍ୟରେ ଆକ୍ରୋସ ଦେଖିବାକୁ ମିଳିଛି । ବୁନ୍ଦାଏ ପାଣି ପାଇଁ ଲୋକଙ୍କ ମଧ୍ୟରେ ମାରପିଟ, ଠେଲାପେଲା ଦେଖିବାକୁ ମିଳିଛି । କାରଣ ନିଗମର ଟ୍ୟାଙ୍କର କେବେ କେବେ ଦିନକୁ ଦୁଇଥର ଆସୁଥିବା ବେଳେ ଆଉ କେତେବେଳେ ବିଲକୁଲ ଆସେନାହିଁ । ତଣୁ ପର୍ଯ୍ୟାପ୍ତ ପରିମାଣରେ ପାନିୟ ଜଳ ମିଳିପାରୁନଥିବାରୁ ଲୋକଙ୍କ ମଧ୍ୟରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ।