କଟକ ନିଆଳି ବ୍ଲକ କୃଷ୍ଣପ୍ରସାଦ ପଞ୍ଚାୟତରେ ଦୁଇ ବର୍ଷ ହେଲାଣି ଚାଲିଛି ପାଣି ଟାଙ୍କି କାମ, ଏଯାଏଁ ସରୁନି । ପାଣି ପାଇଁ ହଟହଟା ସ୍ଥାନୀୟ ଲୋକେ ।

65

କନକ ବ୍ୟୁରୋ: ବୈଶାଖ ମାସରେ ଅସହ୍ୟ ହେଉଛି ଜଳକଷ୍ଟ । କଟକ ନିଆଳି ବ୍ଳକ କୃଷ୍ଣପ୍ରସାଦ ପଞ୍ଚାୟତରେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ପ୍ରାୟ ଅଢ଼େଇ ହଜାର ଲୋକ । ବସୁଧା ଯୋଜନାରେ ନଛିଗାଁରେ ତିଆରି ହୋଇଛି ପାଣି ଟାଙ୍କି । ପାଇପ ମଧ୍ୟ ବିଛା ଯାଇଛି । ପ୍ରକଳ୍ପ କାର୍ଯ୍ୟରେ ଖର୍ଚ୍ଚ ହୋଇଛି ପ୍ରାୟ ୧ କୋଟି ୨୩ ଲକ୍ଷ ଟଙ୍କା । କିନ୍ତୁ ୨ ବର୍ଷ ହେବ ଘରକୁ ପାଣି ଆସୁନି । ପ୍ରକଳ୍ପ କାମ ଅଧାରେ ଛାଡ଼ି ଛୁ ମାରିଛନ୍ତି ଠିକାଦାର । ନୂଆ ପ୍ରକଳ୍ପ କାମ ସରି ନଥିବା ବେଳେ ପୁରୁଣା ପ୍ରକଳ୍ପକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ତେଣୁ ପାଣି ପାଇଁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଲୋକେ । ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗରା, ବାଲଟି ଧରି ପାଣି ଟାଙ୍କି ସମ୍ମୁଖରେ ପ୍ରତିବାଦ ଜଣାଇଛନ୍ତି ଅଂଚଳବାସୀ । ତୁରନ୍ତ ପାଣି ଯୋଗାଇବାକୁ ଜୋର ଧରିଛି ଦାବି ।