ଜଳ ପାଇଁ ଯୁଦ୍ଧ ! ଟୋପେ ପାଣି ପାଇଁ ଦିଲ୍ଲୀରେ ହାହାକାର । ଟ୍ୟାଙ୍କର ସାମ୍ନାରେ ଲାଗୁଛି ଲମ୍ବା ଲାଇନ ।

Advertisment
ଜଳ ପାଇଁ ଯୁଦ୍ଧ ! ଟୋପେ ପାଣି ପାଇଁ ଦିଲ୍ଲୀରେ ହାହାକାର । ଟ୍ୟାଙ୍କର ସାମ୍ନାରେ ଲାଗୁଛି ଲମ୍ବା ଲାଇନ ।

କନକ ବ୍ୟୁରୋ: ଦିଲ୍ଲୀରେ କମୁନି ଜଳ ସଂକଟ । ପାଣି ମୁନ୍ଦିଏ ପାଇଁ ଆଉଟୁ ପାଉଟୁ ହେଉଛନ୍ତି ରାଜଧାନୀବାସୀ । ପାଣି ପାଇଁ ସବୁଠି ହାହାକାର ପଡିଛି । ଟ୍ୟାଙ୍କର ସାମ୍ନାରେ ଲୋକଙ୍କ ଲମ୍ବା ଲାଇନ ଲାଗୁଥିବା ଦେଖିବାକୁ ମିଳିଛି ।

ତେବେ ପାଣିକୁ ନେଇ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଲୋକଙ୍କ ଭିତରେ ଅସନ୍ତୋଷ ବି ବଢିବାରେ ଲାଗିଛି । ଦିଲ୍ଲୀରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ତାତି ଯୋଗୁଁ ଟୋପେ ପାଣି ପିଇବାକୁ ଆଉଟୁ ପାଉଟୁ ହେଉଛନ୍ତି ରାଜଧାନୀବାସୀ । ଆଉ ଏତିକି ବେଳେ ଜଳ ସଂକଟ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ତେବେ କେତେଦିନ ଏଭଳି ସ୍ଥିତି ଜାରି ରହିବ, କେତେଦିନ ଲୋକେ ପାଣି ପାଇଁ ଏମିତି ସମସ୍ୟା ଭୋଗୁଥିବେ ବୋଲି ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ଜନତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe