କନକ ବ୍ୟୁରୋ: ଦିଲ୍ଲୀରେ କମୁନି ଜଳ ସଂକଟ । ପାଣି ମୁନ୍ଦିଏ ପାଇଁ ଆଉଟୁ ପାଉଟୁ ହେଉଛନ୍ତି ରାଜଧାନୀବାସୀ । ପାଣି ପାଇଁ ସବୁଠି ହାହାକାର ପଡିଛି । ଟ୍ୟାଙ୍କର ସାମ୍ନାରେ ଲୋକଙ୍କ ଲମ୍ବା ଲାଇନ ଲାଗୁଥିବା ଦେଖିବାକୁ ମିଳିଛି ।

Advertisment

ତେବେ ପାଣିକୁ ନେଇ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଲୋକଙ୍କ ଭିତରେ ଅସନ୍ତୋଷ ବି ବଢିବାରେ ଲାଗିଛି । ଦିଲ୍ଲୀରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ତାତି ଯୋଗୁଁ ଟୋପେ ପାଣି ପିଇବାକୁ ଆଉଟୁ ପାଉଟୁ ହେଉଛନ୍ତି ରାଜଧାନୀବାସୀ । ଆଉ ଏତିକି ବେଳେ ଜଳ ସଂକଟ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ତେବେ କେତେଦିନ ଏଭଳି ସ୍ଥିତି ଜାରି ରହିବ, କେତେଦିନ ଲୋକେ ପାଣି ପାଇଁ ଏମିତି ସମସ୍ୟା ଭୋଗୁଥିବେ ବୋଲି ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ଜନତା ।