ନା ଗଛରେ ପାଣି ଦେଇପାରିବେ, ନା କାର୍ ଧୋଇପାରିବେ… ବେଙ୍ଗାଲୁରୁରେ କଡା ନିୟମ । ନିୟମ ଭାଙ୍ଗିଲେ ୫ ହଜାର ଜରିମାନା ।

364

କନକ ବ୍ୟୁରୋ: ଭାରତର ହାଇଟେକ୍ ସିଟି କୁହାଯାଉଥିବା ବେଙ୍ଗାଲୁରୁରେ ଉକ୍ରଟ ଜଳ ସମସ୍ୟା । ଏହି ପ୍ରତିକୂଳ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଏଠିକାର ପ୍ରଶାସନ ଜାରି କରିଛନ୍ତି ନୂଆ ନିର୍ଦ୍ଦେଶନାମା, ଏହି ନିର୍ଦ୍ଦେଶରେ ଖିଲାପ ହେଲେ ଦେବାକୁ ପଡିବ ୫ ହଜାର ଟଙ୍କା ଜରିମାନା ।

 ଆଗକୁ ଆହୁରି ଖରା ଅଛି । ହେଲେ ତା ପୂର୍ବରୁ କର୍ଣ୍ଣାଟକର ବଡ ସହର ବେଙ୍ଗାଲୁରୁରେ ଗମ୍ଭୀର ଜଳ ସଙ୍କଟ ଦେଖାଦେଇଛି । ତେଣୁ ଏଠିକାର ପ୍ରଶାସନ କଡା ନିୟମ ଜାରି କରିଛନ୍ତି  । ନୂଆ ନିୟମ ଅନୁସାରେ କେହି ପାଣିରେ କାର ଧୋଇପାରିବେ ନାହିଁ କି ଗଛରେ ପାଣି ଦେଇପାରିବେ ନାହିଁ । ଏହାସହ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ଲାଗିଛି କଟକଣା । ଯଦି କାହାକୁ ଏଭଳି ନିର୍ଦ୍ଦେଶ ଉଲଂଘନ କରିବାରେ ଜଣାପଡେ କିମ୍ବା କୌଣସି ସ୍ଥାନରେ ନିର୍ମାଣ କାର୍ଯ୍ୟରେ ପାଣିର ବ୍ୟବହାର ହେଉଥିବା ଦେଖାଯାଏ ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି ।