କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ବିଜୟୀ ହୋଇ ଟିମ୍ ଇଣ୍ଡିଆ ଭାରତ ଫେରିବା ପରେ ଭବ୍ୟ ସ୍ୱାଗତ କରାଯାଇଛି । ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଟିମ୍ ଇଣ୍ଡିଆର ଖେଳାଳୀ ମାନେ ମୁମ୍ବାଇରେ ହେଉଥିବା ବିଜୟ ପରେଡରେ ସାମିଲ ହୋଇଛନ୍ତି । ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ଟିମ୍ ଇଣ୍ଡିଆର ଖେଳାଳୀ ଆସିଥିବା ବିମାନକୁ ପାଣି ପକାଇ (ୱାଟର କାନନ ସାଲ୍ୟୁଟ) ଜରିଆରେ ସ୍ୱାଗତ କରାଯାଇଥିଲା । ଏଭଳି ସ୍ୱାଗତ କୌଣସି ନୂଆ ବିମାନ କିମ୍ବା ନୂଆ ବିମାନବନ୍ଦରକୁ ଆସୁଥିବା ପ୍ରଥମ ବିମାନକୁ ଦିଆଯାଇଥାଏ । ସେହିଭଳି ବିମାନ ସେବା କ୍ଷେତ୍ରରେ ବିଶେଷ ଉପଲବ୍ଧି ହାସଲ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଏଭଳି ସ୍ୱାଗତ କରାଯାଇଥାଏ । କିନ୍ତୁ ଏସବୁ ବାଦ୍ ପ୍ରଥମଥର ପାଇଁ ବିଶ୍ୱବିଜେତା ଦଳ ଆସୁଥିବା ବିମାନକୁ ଏଭଳି ସ୍ୱାଗତ କରାଯାଇଛି । ସବୁଠୁ ବଡ କଥା ହେଲା, ଭାରତରେ କୌଣସି ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏଭଳି ସ୍ୱାଗତ କରିବାର ନଜିର ନାହିଁ ।
/kanak/media/post_attachments/wp-content/uploads/2024/07/Watch-Grand-Welcome-Of-Indian-Cricket-Team-Water-Cannon-Salute-At-Mumbai-Airport-1.png) ବାର୍ବଡୋସରୁ ବିଶ୍ୱବିଜେତା ଦଳ ଫେରିବା ପରେ ଖେଳାଳୀଙ୍କୁ ଭବ୍ୟ ରୋଡ ସୋ’ ଜରିଆରେ ସ୍ୱାଗତ କରାଯାଇଛି । ଲକ୍ଷାଧିକ ଫ୍ୟାନ୍ ମେରାଇନ ଡ୍ରାଇଭରେ ଏକତ୍ରୀତ ହୋଇ ଖେଳାଳୀଙ୍କୁ ସ୍ୱାଗତ କରିଛନ୍ତି । ଭାରତ ବିଶ୍ୱକପ ବିଜୟୀ ହେବା ପରେ ବାତ୍ୟା କାରଣରୁ ବାର୍ବାଡୋସରେ ଫଶି ରହିଥିଲା । ବିସିସିଆଇ ପକ୍ଷରୁ ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟ୍ ପଠାଇବା ପରେ ଖେଳାଳୀ ମାନେ ସ୍ୱଦେଶ ଫେରିଥିଲେ ।
ବାର୍ବଡୋସରୁ ବିଶ୍ୱବିଜେତା ଦଳ ଫେରିବା ପରେ ଖେଳାଳୀଙ୍କୁ ଭବ୍ୟ ରୋଡ ସୋ’ ଜରିଆରେ ସ୍ୱାଗତ କରାଯାଇଛି । ଲକ୍ଷାଧିକ ଫ୍ୟାନ୍ ମେରାଇନ ଡ୍ରାଇଭରେ ଏକତ୍ରୀତ ହୋଇ ଖେଳାଳୀଙ୍କୁ ସ୍ୱାଗତ କରିଛନ୍ତି । ଭାରତ ବିଶ୍ୱକପ ବିଜୟୀ ହେବା ପରେ ବାତ୍ୟା କାରଣରୁ ବାର୍ବାଡୋସରେ ଫଶି ରହିଥିଲା । ବିସିସିଆଇ ପକ୍ଷରୁ ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟ୍ ପଠାଇବା ପରେ ଖେଳାଳୀ ମାନେ ସ୍ୱଦେଶ ଫେରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/6686a82f4b578-water-cannon-salute-given-to-world-champions-044829702-16x9-1.webp)