କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଏଣିକି ଡାକଘରେ କେବଳ ଆଉ ହେବ ନାହିଁ ଟଙ୍କା ଦେଣନେଣ କାର୍ଯ୍ୟ । ଲୋକଙ୍କ ସୁବିଧା ଲାଗି ସରକାର ଡାକଘରରେ ୭୩ ସେବା ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାର ସିଧାସଳଖ ଲାଭ ଆପଣମାନେ ପାଇବେ । କହିବାକୁ ଗଲେ ପୋଷ୍ଟ ଅଫିସ କମନ ସର୍ଭିସ ସେଂଟରରେ କମନ ସର୍ଭିସ ସେଂଟର ଖୋଲିବାକୁ କେନ୍ଦ୍ର ସରକାର ିନିଷ୍ପତ୍ତି ନେଇଛନ୍ତି । କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି ।
ଡାକଘରେ କେବଳ ଚାଲିବ ନାହିଁ ଟଙ୍କା ନେଣଦେଣ
୭୩ ପ୍ରକାର ସୁବିଧା ଯୋଗାଇବ ଡାକଘର
ପ୍ରତାପୁରରେ ଆରମ୍ଭ ହେଲା ନୂଆ ଯୋଜନା
ଡାକଘରରେ ଟଙ୍କାଦେଣନେଣ ସହ ମିଳିବ ୭୩ ପ୍ରକାର ସେବା । ଏହି ସମସ୍ତ ସେବା କେନ୍ଦ୍ର ସରକାର ଆରମ୍ଭ କରିଦେଇଛନ୍ତି । ସରକାର ଏହି ଯୋଜନାକୁ ପ୍ରଥମ ପର୍ଯ୍ୟାୟରେ ଆଗ୍ରା ପ୍ରତାପପୁର ର ମୁଖ୍ୟ ଡାକଘରେ ଏହି ଯୋଜନା ଆରମ୍ଭ ହୋଇଛି । ତେବେ ଖୁବଶୀଘ୍ର ଦେଶର ସମସ୍ତ ଡାକଘରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।
ଡାକଘରେ ମିଳିବ ପାସପୋର୍ଟ ଓ ପାନକାର୍ଡ
ପିଏମ ସ୍କିମ, ପାସପୋର୍ଟ ତିଆରି ଭଳି ଅନେକ ସୁବିଧା ଡାକଘରେ ଉପଲବ୍ଧ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ ପୋଷ୍ଟ ଅଫିସରେ ପୋଷ୍ଟ ସମ୍ବନ୍ଧୀୟ କାର୍ଯ୍ୟ, ସେଭିଂ ଆକାଉଣ୍ଟ କିମ୍ବା ଆଧାରକାର୍ଡ କାର୍ଯ୍ୟ କରୁଥିଲେ । ତେବେ ବର୍ତ୍ତମାନ ଏଠାରେ ସାଧାରଣ ଜନତାଙ୍କ ପାଇଁ ସେବା ବୃଦ୍ଧି କରାଯିବ । କାରଣ ପ୍ରତାପପୁରରେ ଯୋଜନାର ଶୁଭାରମ୍ଭ ପରେ ସମ୍ପୃକ୍ତ କେନ୍ଦ୍ରରେ ଜନ୍ମ କିମ୍ବା ମୃତ୍ୟୁ ପ୍ରମାଣପତ୍ର, ପାନକାର୍ଡ ଏବଂ ପାସପୋର୍ଟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଏମ ଫସଲ ବୀମା ଯୋଜନା ଏବଂ ଆୟୁଷ୍ମାନ ଭାରତ ଯୋଜନାର ଲାଭ ପାଇବା ଲାଗି ଏଠାରେ ଆବେଦନ କରିପାରିବେ ।
ବିଜୁଳି ବିଲ ଓ ଫୋନ ବିଲ ପୈଠ କରିବେ ଡାକଘରେ
କେବଳ ଏତିକି ନୁହେଁ ବରଂ ଡାକଘରୁ ଫାଷ୍ଟ ଟ୍ୟାଗ୍, ବିଦ୍ୟୁତ, ଜଳ , ଟେଲିଫୋନ ଓ ଗ୍ୟାସ ମଧ୍ୟ ପ୍ରଦାନ କରାଯାଇପାରିବ । ମିଳିଥିବା ସୂଚନା ଅନୁସାରେ, ଆପଣମାନେ ମୋବାଇଲ ଏବଂ ଡିଟିଏଚ୍ (ଭାଇ ଏହାକୁ ଇଂରାଜୀରେ ଲେଖିବ)ରିଚାର୍ଜ, ଫାଷ୍ଟ ଟ୍ୟାଗ୍, ବିଜୁଳି ଓ ପାଣି ବିଲ୍, ଟେଲିଫୋନ, ଗ୍ୟାସ ପାଇଁ ମଧ୍ୟ ଦେୟ ଦେଇପାରିବେ । ବସ, ଟ୍ରେନ ଏବଂ ବିମାନ ଟିକେଟ୍ ବୁକିଂ ମଧ୍ୟ କରିପାରିବେ ।
କରୋନା ପାଇଁ କେନ୍ଦ୍ର ନେଲା ବଡ ନିଷ୍ପତ୍ତି
ତେବେ ସ୍ଥାନୀୟ ଡାକଘରର ମୁଖ୍ୟ କହିଛନ୍ତି ଯେ, ପୂର୍ବରୁ ଡାକଘରେ କେବଳ ଟଙ୍କାଦେଣ ନେଣ ହେଉଥିଲା । କିନ୍ତୁ ବର୍ତମାନ ସମୟରେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଣିକି ଟଙ୍କାନେଣ ଦେଣ ସହ ଅନେକ କାମ ପୋଷ୍ଟ ଅଫିସରେ କରିବାକୁ ପଡିବ । କରେନାକୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । କେବଳ ଏହି ଶାଖାରେ ନୁହେଁ ବରଂ ଦେଶର ସମସ୍ତ ଶାଖାରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଦୈନଦିନ ଜୀବନରେ ନିଜନିଜର ଅନେକ ବିଲ ଲୋକମାନେ ଦେବାକୁ ଏଣେତେଣେ ଯିବାକୁ ପଡୁଥିଲା ଯାହା ଦ୍ୱାରା ସଂକ୍ରମଣ ବି ବଢୁଥିଲା ତେଣୁ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/42.jpg)