କରୋନା ମହାମାରୀ ବେଳେ ‘ବେଲୁନ ହସ୍ପିଟାଲ’କୁ ନେଇ ଚର୍ଚ୍ଚା । ଆଇସିୟୁ, ଅକ୍ସିଜେନଠୁ ଆରମ୍ଭ କରି ମିଳିପାରିବ ସବୁ ପ୍ରକାର ସୁବିଧା

104

କନକ ବ୍ୟୁରୋ : ବେଲୁନ ହସ୍ପିଟାଲକୁ ନେଇ ଚର୍ଚ୍ଚା ।କରୋନା ମହାମାରୀକୁ ନଜରରେ ରଖି ମଧ୍ୟପ୍ରଦେଶରେ ବେଲୁନ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ସାଧାରଣ ହସ୍ପିଟାଲ ଗୁଡିକରେ ଜଣେ ରୋଗୀ ପାଇଁ ଯାହା ଯାହା ସୁବିଧା ଥାଏ ଠିକ ସମାନ ସୁବିଧା ଏହି ବେଲୁନ ହସ୍ପିଟାଲରେ ରହିଛି । ଆଇସିୟୁ,ଅକ୍ସିଜେନଠୁ ଆରମ୍ଭ କରି ସବୁ ପ୍ରକାର ସୁବିଧା ଏଠାରେ ରହିଛି ।

ମଧ୍ୟପ୍ରଦେଶ ବେଟୁଲରେ ଥିବା ଜିଲ୍ଲା ଚିକିତ୍ସାଳୟ ପରିସରରେ ଏହି ବେଲୁନ ହସ୍ପିଟାଲ ତିଆରି କରାଯାଇଛି । ସବୁଠୁ ବଡ କଥା ହେଉଛି ଯେ ୨୦ ଦିନ ଭିତରେ ୫୦ ବେଡ ବିଶିଷ୍ଟ ଏହି ବେଲୁନ ହସ୍ପିଟାଲ ପ୍ରସ୍ତୁତ ହୋଇଛି । ଜଳ ଓ ଅଗ୍ନିନର୍ବାପକ ଭେଂଟିଲେଟ ବେଲୁନରେ ତିଆରି ହୋଇଥିବା ଏହି ହସ୍ପିଟାଲ ଆମେରିକୀୟ-ଭାରତ ଫାଉଣ୍ଡେସନ ସହାୟତାରେ ପ୍ରସ୍ତୁତ ହୋଇଛି । ଦିଲ୍ଲୀର ପିଡି ମେଡିକାଲ କମ୍ପାନୀ ଏହାକୁ ପ୍ରସ୍ତୁତ କରିଛି । ମାତ୍ର ୨୦ ଦିନରେ ପ୍ରସ୍ତୁତ ହୋଇଥିବା ଏହି ହସ୍ପିଟାଲରେ ୮ ଆଇସିୟୁ ବେଡ, ୧୩ ଅକ୍ସିଜେନ ବେଡ, ଓ ୨୫ଟି ସାଧାରଣ ବେଡ ରହିଛି । ଏହାକୁ ନିର୍ମାଣ କରୁଥିବା କମ୍ପାନୀ ଅକ୍ସିଜେନ ପାଇପ ଲାଇନ ସପୋର୍ଟରେ ପ୍ରସ୍ତୁତ ବେଡ,ଷ୍ଟାଣ୍ଡ ସମେତ ରୋଗୀଙ୍କୁ ମିଳୁଥିବା ଅନ୍ୟ ସୁବିଧା ମଧ୍ୟ ଦେଇଛି । ହସ୍ପିଟାଲରେ ରିସେପ୍ସନ ଏରିଆ,ଡକ୍ଟର ଲଜ,ପରୀକ୍ଷାଗାରା, ଡାକ୍ତର,ନର୍ସ ଓ ରୋଗିଙ୍କ ପାଇଁ ୱାଶରୁମର ସୁବିଧା ରହିଛି । ହସ୍ପିଟାଲରେ ସେଂଟର ଲାଇନ ଅକ୍ସିଜେନ ସୁବିଧା ବି ଅଛି । ଇନଫ୍ଲେଟେବଲ ତମ୍ବୁରେ ତିଆରି ହୋଇଥିବା ଏହି ହସ୍ପିଟାଲ ଜଳ ଓ ଅଗ୍ନିନିର୍ବାପକ ସାମଗ୍ରୀରୁ ପ୍ରସ୍ତୁତ ହୋଇଛି । ଏହି ତମ୍ବୁ ନିଆଁ କିମ୍ବା ପାଣି ଦ୍ୱାରା ନଷ୍ଟ ହେବନାହିଁ । ଏହି ହସ୍ପିଟାଲ ଇନଫ୍ଲେଟେବଲ ଟେଂଟ ଯାହା ବେଲୁନରେ ବାୟୁ ଭରି ପ୍ରସ୍ତୁତ କରାଯାଇଥାଏ । ୧୨୦ ଫୁଟ ଲମ୍ବ ଓ ୮୦ ଫୁଟ ଚଉଡାର ଏହି ତମ୍ବୁରେ ଏସିପି ସିଟ ମାଧ୍ୟମରେ ବିଭାଜନ ଓ ଅନ୍ୟ ସାଜସଜ୍ଜା କରାଯାଇଛି ।
ଏହି ହସ୍ପିଟାଲ ପାଇଁ ଜମି ଯୋଗାଇ ଏହାକୁ ଜିଲ୍ଲା ଚିକିତ୍ସାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ସ୍ୱେରେଜ ଓ ପାନୀୟ ଜଳର ବ୍ୟବସ୍ଥା ମ୍ୟୁନିସିପାଲଟି ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି । ଏହି ବେଲୁନକୁ ଛିଡା କରିବା ପାଇଁ ଏୟାର କମ୍ପ୍ରେସର ମୋଟର୍ସର ବ୍ୟବହାର କରାଯାଇଛି । ସୂଚନା ମୁତାବିକ ତମ୍ବୁକୁ ଛିଡା କରିବା ପାଇଁ ଗରମ ଓ ଥଣ୍ଡା ପବନ ବା ବାୟୁର ବ୍ୟବହାର ହୋଇଥାଏ ।ଏହା ସମ୍ପୂର୍ଣ୍ଣ ଭାବେ ୱାଟରପ୍ରୁଫ, । ଏହା ଉପରେ ଛଡ,ବର୍ଷା,ପବନ କୌଣସି ପ୍ରଭାବ ପକାଇପାରିବେନି । ସବୁଠୁ ବଡ କଥା ହେଉଛି ଆବଶ୍ୟକତା ଅନୁଯାୟୀ ଏହି ଡାକ୍ତରଖାନାକୁ ଯେକୌସି ସମୟରେ ସ୍ଥାନାନ୍ତର କରାଯାଇପାରିବ । ଏହି ହସ୍ପିଟାଲ ଆରମ୍ଭ ହେବା ମାତ୍ରେ ଏଠାରେ ଆବଶ୍ୟକୀୟ ଡାକ୍ତର ନର୍ସ ଓ ଅନ୍ୟ ଷ୍ଟାଫ ସ୍ୱାସ୍ଥ୍ରବିଭାଗ ଉପଲବ୍ଧ କରାଇବ ।