ଚାରିପଟେ ପାଣି କିନ୍ତୁ ଶୋଷରେ ମଣିଷ । ମହାନଦୀରେ ବନ୍ୟା ଆସିବା ପରେ ବୁଡି ଯାଇଛି ନଳକୂଅ : ପାଣି ପାଇଁ ଡହଳ ବିକଳ ହେଉଛନ୍ତି ମହାକାଳପଡା ପାଟଳିପଙ୍କ ପଂଚାୟତ ବାସିନ୍ଦା

110

କନକ ବ୍ୟୁରୋ : ନଦୀରେ ବନ୍ୟା ଆସିଲେ ପାନୀୟ ଜଳ ପାଇଁ ପଡେ ହାହାକାର ସ୍ଥାନୀୟ ଲୋକେ ଅଂଟାଏ ବେକେ ପାଣିରେ ପଶି ପାଣି ନେବାକୁ ବାଧ୍ୟ । ନଦୀର ପ୍ରଖର ଶ୍ରାତରେ ଜିବନକୁ ପାଣି ଛଡାଇ ପାନୀୟ ଜଳ ସଂଗ୍ରହ କରିବା ଭଳି ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି ମହାକାଳପଡା ବ୍ଲକର ପାଟଳିପଙ୍କ ପଚଂଚାୟତରେ ।

କେନ୍ଦ୍ରାପଡା ମହାକାଳପଡା ବ୍ଲକ ପାଟଳିପଙ୍କ ପଂଚାୟତରେ ଦେଖିବାକୁ ମିଳିଛି ଏକ ଅଭବନୀୟ ଘଟଣା । ପାନୀୟ ଜଳ ପାଇଁ ନଦୀ ପ୍ରଖର ଶ୍ରୋତକୁ କାଟି ଆଗକୁ ବଢୁଛନ୍ତି ଲୋକେ । ବିପଦ ସଙ୍କୁଳ ଅବସ୍ଥାରେ ପାଣିରେ ପଶି ପାନୀୟ ଜଳ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି ଏମାନେ । ପାଟଳିପଙ୍କ ପଂଚାୟତର କୋଦାକଣ, ରଘୁନାଥପୁର ଏବଂ ପାଟଳିପଙ୍କ ଗାଁର ପ୍ରାୟ ୩୦୦ରୁ ଅଧିକ ପରିବାର ପିଇବା ପାଣି ମୁନ୍ଦେ ପାଇଁ ଏଭଳି ସମସ୍ୟା ଭୋଗୁଛନ୍ତି ।

ଉପର ମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ଆସିଲେ ନଦୀ ପଠାରେ ବସିଥିବା ନଳକୂପ ପାଣିରେ ବୁଡିଯାଏ । ଆଉ ନଳକୂଅ ପାଣିରେ ବୁଡିଯିବା ପରେ ଗରା ମାଠିଆ ଧରି ବନ୍ୟାଜଳ ଭିତରେ ପଶି ପାଣି ସଂଗ୍ରହ କରୁଛନ୍ତି ସ୍ଥାନୀୟ ଲୋକେ । ପାଟଳିପଙ୍କ ପଂଚାୟତର ପାନୀୟ ଜଳ ସମସ୍ୟା ଦିର୍ଘଦିନର । କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ସୀମାରେ ରହିଛି ଏହି ପଂଚାୟତ । ମହାନଦୀ କୂଳରେ ଥିବା ଗାଁରେ ଖୋଳାଯାଇଥିବା ନଳକୂଅରୁ ଲୁଣି ପାଣି ବାହାରୁଥିବାରୁ ମହାନଦୀ ପଠାରେ ସରକାର ନଳକୂଅ ବସାଇଛନ୍ତି । ହେଲେ ବର୍ଷା ଦିନେ ନଦୀରେ ବନ୍ୟା ଆସିବାରୁ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ ।

ନଦୀର ପ୍ରଖର ଶ୍ରୋତରେ ବିପଦ ସଙ୍କୁଳ ଅବସ୍ଥାରେ ପାନୀୟ ଜଳ ସଂଗ୍ରହ କରୁଥିବା ଗ୍ରାମବାସି ମାନଙ୍କର ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହିତ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ଦାବି ହେଉଛି ।