ପର୍ଣ୍ଣ ଭିଡିଓ ଦେଖୁଥିବା ଲୋକଙ୍କ ଉପରେ ପୋଲିସର ତୀକ୍ଷ୍ଣ ନଜର । ଇଣ୍ଟରନେଟରେ ସର୍ଚ୍ଚ କରିବା ମାତ୍ରେ ମେସେଜ ପଠାଇବ ପୋଲିସ ।

16,254

କନକ ବ୍ୟୁରୋ: ପର୍ଣ୍ଣ ଦେଖୁଥିଲେ ସାବଧାନ । ପୋଲିସ ପଠାଇବ ମେସେଜ । ଅନଲାଇନରେ ପର୍ଣ୍ଣ ଦେଖୁଥିବା ଲୋକଙ୍କ ଉପରେ ପୋଲିସ ରଖିଛି ତୀକ୍ଷ୍ଣ ନଜର । ଡାଟାର ଅପବ୍ୟବହାର କରି ଲୋକେ ଇଣ୍ଟରନେଟରେ କଣ ଦେଖୁଛନ୍ତି ତା ଉପରେ କଡା ନଜର ରଖିଛି ପୋଲିସ । ଆଉ ଫୋନରେ ପର୍ଣ୍ଣର କୌଣସି ବି ଜିନିଷ ସର୍ଚ୍ଚ କଲେ ସଙ୍ଗେ ସଙ୍ଗେ ମେସେଜ ଦେଉଛି ପୋଲିସ । ଆଉ ଘରେ ପହଞ୍ଚି ଚେତାବନୀ ଦେଇ ଯାଉଛି । ତେଣୁ ସ୍ମାର୍ଟଫୋନରେ ପର୍ଣ୍ଣ ସର୍ଚ୍ଚ କରିବା ପୂର୍ବରୁ ହୋଇଯାଆନ୍ତୁ ସତର୍କ ।

ନାରୀ ସୁରକ୍ଷା ଏବଂ ମହିଳାଙ୍କ ପ୍ରତି ହେଉଥିବା ଜଘନ୍ୟ ଅପରାଧ ରୋକିବାକୁ ଏମିତି ଫଣ୍ଡା ଆପଣାଇଛି ୟୁପି ପୋଲିସ । ପର୍ଣ୍ଣ ଦେଖୁଥିବା ଲୋକଙ୍କୁ ନିଜ ସ୍କାନରରେ ରଖିବାକୁ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଛି । ୟୁପି ୱମେନ ପାୱାର ଲାଇନ ୧୦୯୦ ନାମକ ଟିମ୍ ଏହି ଅପରେସନରେ ସାମିଲ ଥିବା ବେଳେ ପର୍ଣ୍ଣ ସର୍ଚ୍ଚ କରୁଥିଲେ ଫୋନ ୃକୁ ଏକ ଆଲର୍ଟ ମେସେଜ ଆସିବ ଆଉ ତାପରେ ଘରେ ପହଞ୍ଚି ସତର୍କ କରାଇ ଯିବ ପୋଲିସ । ଦେଖନ୍ତୁ ପର୍ଣ୍ଣ ଖୋଜୁଥିଲେ ପୋଲିସ ଦେଉଛି କେମିଚି ମେସେଜ । ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଏହି ଅପରେସନ କରାଯାଇଥିବା ବେଳେ ସେଥିରେ ପୋଲିସକୁ ସଫଳତା ମିଳିଛି । ଆଉ ଖୁବଶୀଘ୍ର ଏହାକୁ ସାରା ରାଜ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ୟୁପି ଏଡିଜି ନିରା ରାୱତ ।

ତେବେ ୟୁପିରେ ପ୍ରତିଦିନ ମହିଳାଙ୍କ ସହ ଜଘନ୍ୟକାଣ୍ଡ ଘଟୁଛି । ହାଥରସ ଗଣଦୁଷ୍କର୍ମ ଘଟଣା ଦେଶର ଛାତିକୁ ଦୋହଲାଇଦେଇଥିବା ବେଳେ ସୈତାନଙ୍କ ବର୍ବରତା ଦେଖିଥିଲା ଭାରତ । ସମାନ ଘଟଣା ପାଇଁ ଉନ୍ନାଓ ବି ଚର୍ଚ୍ଚାର ପରିସରକୁ ଆସିଥିଲା । ଆଉ ଉତ୍ତର ପ୍ରଦେଶରେ ଏମିତି ବାରମ୍ବାର ଲଜ୍ଜାଜନକ ଘଟଣା ପାଇଁ ଲଜ୍ଜିତ ହେଉଥିବା ସରକାର ଶେଷରେ ପର୍ଣ୍ଣ ସର୍ଚ୍ଚ ଉପରେ ନଜର ରଖିବାକୁ ନୂଆ ପନ୍ଥା ଆପଣାଇଛନ୍ତି । ଯଦିଓ ପୂର୍ବରୁ ଭାରତ ସରକାର କିଛି ପର୍ଣ୍ଣ ୱେବସାଇଡ ଉପରେ ରୋକ ଲଗାଇଥିଲେ ତଥାପି ପର୍ଣ୍ଣ ମହିଳାଙ୍କ ଉପରେ ଘଟୁଥିବା ଅପରାଧ ପାଇଁ ଦାୟୀ ବୋଲି କୁହାଯାଇପାରେ । ତେଣୁ ଏସବୁ ଉପରେ ଏବେ ପୋଲିସ ରଖିଛି ନଜର ।